ହାଥ୍ରସ ଦଳାଚକଟା ଘଟଣାରେ ୩ ଜଣିଆ ନ୍ୟାୟିକ କମିସନ ଗଠନ କଲେ ଉତ୍ତରପ୍ରଦେଶ ସରକାର
ନୂଆଦିଲ୍ଲୀ: ହାଥ୍ରସ ଦଳାଚକଟା ଘଟଣାର ତଦନ୍ତ ପାଇଁ ଆଜି ୩ ଜଣିଆ ନ୍ୟାୟିକ କମିସନ ଗଠନ ହୋଇଛି। ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ୩ ଜଣିଆ ନ୍ୟାୟିକ ତଦନ୍ତ କମିସନ୍ ଗଠନ କରିଛନ୍ତି । ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବ୍ରିଜେଶ କୁମାର ଶ୍ରୀବାସ୍ତବ ଏହି କମିସନ୍ର ନେତୃତ୍ବ ନେବେ। କମିଟିର ଅନ୍ୟ ୨ ଜଣ ସଦସ୍ୟ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଫିସର ହେମନ୍ତ ରାଓ ଏବଂ ଭବେଶ କୁମାର […]
ନୂଆଦିଲ୍ଲୀ: ହାଥ୍ରସ ଦଳାଚକଟା ଘଟଣାର ତଦନ୍ତ ପାଇଁ ଆଜି ୩ ଜଣିଆ ନ୍ୟାୟିକ କମିସନ ଗଠନ ହୋଇଛି। ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ୩ ଜଣିଆ ନ୍ୟାୟିକ ତଦନ୍ତ କମିସନ୍ ଗଠନ କରିଛନ୍ତି । ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବ୍ରିଜେଶ କୁମାର ଶ୍ରୀବାସ୍ତବ ଏହି କମିସନ୍ର ନେତୃତ୍ବ ନେବେ। କମିଟିର ଅନ୍ୟ ୨ ଜଣ ସଦସ୍ୟ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଫିସର ହେମନ୍ତ ରାଓ ଏବଂ ଭବେଶ କୁମାର । କମିସନ ୨ ମାସ ମଧ୍ୟରେ ଘଟଣାର ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବ। ଉଲ୍ଲେଖଯୋଗ୍ୟ ଗତ ମଙ୍ଗଳବାର ଦିନ ହାଥ୍ରାସ ଜିଲ୍ଲା ଅଧୀନସ୍ଥ ଫୂଲରଇ ଗ୍ରାମରେ ଚାଲିଥିବା ଏକ ସତ୍ସଙ୍କ କାର୍ଯ୍ୟକ୍ରମରେ ଦଳାଚକଟା ହୋଇ ୧୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଯାଇଛି।




