ହାଇପ୍ରୋଫାଇଲ୍ ସେକ୍ସ ରାକେଟର ପର୍ଦ୍ଦାଫାସ୍ , ୧୩ ଥାଇଲାଣ୍ଡ ମହିଳାଙ୍କ ସମେତ ୨୨ ଅଟକ
ସୁରଟ : ସୁରଟ ପୁଲିସ ଜାହାଙ୍ଗିରପୁରାର ଏକ ହୋଟେଲରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ର ପର୍ଦ୍ଦାଫାସ୍ କରିଛି। ଏହି ମାମଲାରେ ୨୨ ଜଣଙ୍କୁ ଅଟକ ରହିଛି। ସୁରଟ ପୁଲିସର ମାନବ ଚାଲାଣ ନିରୋଧୀ ଶାଖା (ଏଏଚ୍ଟିୟୁ) ବିଶେଷ ସୂତ୍ରରୁ ଖବର ପାଇ ପାର୍କ ପାଭିଲିଅନ ହୋଟେଲରେ ଚଢ଼ଉ କରିଥିଲା। ପୁଲିସ ସୂଚାନୁଯାୟୀ ରାକେଟ ହ୍ବାଟ୍ସଆପ୍ରେ ଚାଲିଥିଲା। ଏଥିପାଇଁ ଗ୍ରାହକଙ୍କଠାରୁ ୩,୫୦୦ରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଥିଲା। ଥାଇ ମହିଳାଙ୍କୁ ମାତ୍ର ୧,୫୦୦ ଟଙ୍କା ଦିଆଯାଉଥିଲା। ପୁଲିସ ତାଲା […]
ସୁରଟ : ସୁରଟ ପୁଲିସ ଜାହାଙ୍ଗିରପୁରାର ଏକ ହୋଟେଲରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ର ପର୍ଦ୍ଦାଫାସ୍ କରିଛି। ଏହି ମାମଲାରେ ୨୨ ଜଣଙ୍କୁ ଅଟକ ରହିଛି। ସୁରଟ ପୁଲିସର ମାନବ ଚାଲାଣ ନିରୋଧୀ ଶାଖା (ଏଏଚ୍ଟିୟୁ) ବିଶେଷ ସୂତ୍ରରୁ ଖବର ପାଇ ପାର୍କ ପାଭିଲିଅନ ହୋଟେଲରେ ଚଢ଼ଉ କରିଥିଲା। ପୁଲିସ ସୂଚାନୁଯାୟୀ ରାକେଟ ହ୍ବାଟ୍ସଆପ୍ରେ ଚାଲିଥିଲା। ଏଥିପାଇଁ ଗ୍ରାହକଙ୍କଠାରୁ ୩,୫୦୦ରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଥିଲା। ଥାଇ ମହିଳାଙ୍କୁ ମାତ୍ର ୧,୫୦୦ ଟଙ୍କା ଦିଆଯାଉଥିଲା। ପୁଲିସ ତାଲା ଭାଙ୍ଗି ହୋଟେଲ ଭିତରେ ପଶିଥିଲା। ସେଠାରେ ଉପସ୍ଥିତ ହୋଟେଲର ମ୍ୟାନେଜର ରୂପେଶ ଓରଫ ମାକ୍ସି ରମେଶ ମିଶ୍ର, ବିପିନ ଓରଫ ବଣ୍ଟି ବାବରିଆ ଏବଂ ସହାୟତା ପାଇଁ ଥିବା ସଞ୍ଜୟ ହିଙ୍ଗଡ଼େ ଏବଂ ରାହୁଲ ସୋଲାଙ୍କିକୁ ଗିରଫ କରିଥିଲା। ସେକ୍ସ ରାକେଟକୁ ବିଜୟ ମୋହନ କସ୍ତୁରେ ଚଳାଉଥିବାବେଳେ ଗ୍ରାହକମାନେ ଯୋଗେଶ ଦିଲୀପ ଭାଇ ତାଲେକର ଆକାଉଣ୍ଟକୁ ଟଙ୍କା ଦେଉଥିଲେ। ଅଶୋକ ମାମା ମହିଳାଙ୍କୁ ନେବା ଆଣିବା କରୁଥିଲା। ବେଆଇନ ମାନବ ଚାଲାଣ (ନିରୋଧ) ଆଇନ ୧୯୫୬ ଅନ୍ତର୍ଗତ ଏକ ମାମଲା ରୁଜୁ କରାଯାଇଛି।




