ହାଇଦ୍ରାବାଦ କୋଠାରେ ଅଗ୍ନିକାଣ୍ଡ, ୯ ଜଣଙ୍କ ମୃତ୍ୟୁ
ହାଇଦ୍ରାବାଦ : ହାଇଦ୍ରାବାଦର ନାମପଲ୍ଲିରେ ଆଜି ଏକ କୋଠାରେ ନିଆଁ ଲାଗି ଯାଇଛି। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଉକ୍ତ ଘଟଣାରେ ୩ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ନିଆଁକୁ ନିୟନ୍ତ୍ରଣ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସାଧାରଣ ଜନବସତି ଅଞ୍ଚଳରେ ଏକ ଘରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଉପର ମହଲାରେ ଥିବା ଲୋକମାନଙ୍କୁ ଝରକା ପଟେ ଉଦ୍ଧାର କରାଯାଇଛି। ଏଯାବତ ୨୦ ଜଣଙ୍କୁ ଉଦ୍ଧାର […]
ହାଇଦ୍ରାବାଦ : ହାଇଦ୍ରାବାଦର ନାମପଲ୍ଲିରେ ଆଜି ଏକ କୋଠାରେ ନିଆଁ ଲାଗି ଯାଇଛି। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଉକ୍ତ ଘଟଣାରେ ୩ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ନିଆଁକୁ ନିୟନ୍ତ୍ରଣ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସାଧାରଣ ଜନବସତି ଅଞ୍ଚଳରେ ଏକ ଘରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଉପର ମହଲାରେ ଥିବା ଲୋକମାନଙ୍କୁ ଝରକା ପଟେ ଉଦ୍ଧାର କରାଯାଇଛି। ଏଯାବତ ୨୦ ଜଣଙ୍କୁ ଉଦ୍ଧାର କରାଗଲାଣି। ୧୦ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନାନୁଯାୟୀ କାର୍ ମରାମତି କରିବା ସମୟରେ ହୋଇଥିବା ସ୍ପାର୍କିଂ ଯୋଗୁଁ ନିଆଁ ଲାଗିଯାଇଥିଲା। ନିଆଁ ପ୍ରଥମେ ଗ୍ରାଉଣ୍ଡ୍ ଫ୍ଲୋର୍ରେ ଲାଗିଥିଲା। ଏଠାରେ କେମିକାଲ ଥିବାରୁ ନିଆଁକୁ ଅଚାନକ ଚାରି ଆଡ଼କୁ ବ୍ୟାପି ଯାଇଥିଲା। ଖବର ପାଇ ସଙ୍ଗେସଙ୍ଗେ ଅଗ୍ନି ନିର୍ବାପକ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅନ୍ୟପକ୍ଷେ ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ଜାଣିବାପାଇଁ ତଦନ୍ତ ଜାରି ରହିଛି। ଆଜି ଅନ୍ୟ ଏକ ଘଟଣାରେ ହାଇଦ୍ରାବାଦର କୋଠାପେଟ ସ୍ଥିତ ଲଳିତା ହସ୍ପିଟାଲ୍ ନିକଟରେ ଏକ ଦୋକାନରେ ନିଆଁ ଲାଗି ଯାଇଥିଲା। ତେବେ ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି।




