ହାଇଦ୍ରାବାଦେେରେ ପ୍ରବଳ ବର୍ଷା, ଜଣେ ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁଁ ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତ ୭ ଜଣଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ ମଧ୍ୟ ଅଛି। ହାଇଦ୍ରାବାଦର ବଚୁପାଲ୍ଲି ଅଞ୍ଚଳରେ ଆଜି ଏହି ଘଟଣା ଘଟିଛି। ପୁଲିସ ଅନୁଯାୟୀ ମୃତକମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ । ସେମାନେ ଯଥାକ୍ରମେ ଓଡ଼ିଶା ଏବଂ ଛତିଶଗଡ଼ର ବୋଲି ଜଣାପଡ଼ିଛି। ମୃତକଙ୍କ ମର ଶରୀର ଆଜି ସକାଳେ ଭଗ୍ନାବଶେଷ ତଳୁ ମିଳିଛି। ଉଲ୍ଲେଖଯୋଗ୍ୟ […]

Samaya Live Picture
Published On

ହାଇଦ୍ରାବାଦ: ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁଁ ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତ ୭ ଜଣଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ ମଧ୍ୟ ଅଛି। ହାଇଦ୍ରାବାଦର ବଚୁପାଲ୍ଲି ଅଞ୍ଚଳରେ ଆଜି ଏହି ଘଟଣା ଘଟିଛି। ପୁଲିସ ଅନୁଯାୟୀ ମୃତକମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ । ସେମାନେ ଯଥାକ୍ରମେ ଓଡ଼ିଶା ଏବଂ ଛତିଶଗଡ଼ର ବୋଲି ଜଣାପଡ଼ିଛି। ମୃତକଙ୍କ ମର ଶରୀର ଆଜି ସକାଳେ ଭଗ୍ନାବଶେଷ ତଳୁ ମିଳିଛି। ଉଲ୍ଲେଖଯୋଗ୍ୟ ଯେ ମଙ୍କଳବାରଠାରୁ ତେଲେଙ୍ଗାନାର ବିଭିନ୍ନ ଅଂଶରେ ପ୍ରବଳ ବର୍ଷା ଲାଗି ରହିଛି। ଏହାଦ୍ବାରା ରାଜ୍ୟରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ଗ୍ରେଟର ହାଇଦ୍ରାବାଦ ମୁନିସିପାଲ କର୍ପୋରେସନ ଅଧିକାରୀଙ୍କ ଅନୁଯାୟୀ ଜଳ ବନ୍ଦି ସମସ୍ୟାର ସମାଧାନ ପାଇଁ ଡିଆରଏଫ (ଡିଜାଷ୍ଟର ରିଲିଫ ଫୋର୍ସ) ମୁତୟନ କରାଯାଇଛି। ବୁଧବାର ଦିନ ଆଇଏମଡି ତେଲେଙ୍ଗାନାରେ ୟେଲୋ ଆଲର୍ଟ ଜାରି କରିଥିଲା। ରାଜ୍ୟରେ ହାଲୁକା ବର୍ଷା ହେବ ବୋଲି ଆକଳନ କରାଯାଇଥିଲା।

Tags: