ହାଇଦ୍ରାବାଦରେ କଂଗ୍ରେସର ଶୀର୍ଷ କମିଟି ବୈଠକ

ନୂଆଦିଲ୍ଲୀ : ପୁନର୍ଗଠିତ ସିଡବ୍ଲ୍ୟୁସି (କଂଗ୍ରେସ କାର୍ଯ୍ୟକାରିଣୀ କମିଟି)ର ପ୍ରଥମ ବୈଠକ ଆଜି ହାଇଦ୍ରାବାଦରେ ହେବ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ବୈଠକରେ ଆସନ୍ତା ୫ୁ ରାଜ୍ୟରେ ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା ହେବ। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଯୋଗ ଦେବେ ବୋଲି ଖଡ଼ଗେ ସ୍ପ‌ଷ୍ଟ କରିଛନ୍ତି। ଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଖଡ଼ଗେ କହିଛନ୍ତି, ଦଳର ସଭାପତି ଭାବେ ମୁଁ ଦାୟିତ୍ବ ନେବାପରେ ଏହା […]

Samaya Live Picture
Published On

ନୂଆଦିଲ୍ଲୀ : ପୁନର୍ଗଠିତ ସିଡବ୍ଲ୍ୟୁସି (କଂଗ୍ରେସ କାର୍ଯ୍ୟକାରିଣୀ କମିଟି)ର ପ୍ରଥମ ବୈଠକ ଆଜି ହାଇଦ୍ରାବାଦରେ ହେବ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ବୈଠକରେ ଆସନ୍ତା ୫ୁ ରାଜ୍ୟରେ ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା ହେବ। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଯୋଗ ଦେବେ ବୋଲି ଖଡ଼ଗେ ସ୍ପ‌ଷ୍ଟ କରିଛନ୍ତି। ଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଖଡ଼ଗେ କହିଛନ୍ତି, ଦଳର ସଭାପତି ଭାବେ ମୁଁ ଦାୟିତ୍ବ ନେବାପରେ ଏହା ‌ହେଉଛି ପ୍ରଥମ ସିଡବ୍ଲ୍ୟୁସି ବୈଠକ। ଆସନ୍ତାକାଲି ମଧ୍ୟ କାର୍ଯ୍ୟକାରିଣୀ କମିଟି ବୈଠକ ବସିବ। ବୈଠକରେ ଦଳ ସଂକ୍ରାନ୍ତରେ ଆଲୋଚନା ହେବ। ଇଣ୍ଡିଆ ମେଣ୍ଟ ସଂକ୍ରାନ୍ତରେ ବି ବୈଠକରେ ଆଲୋଚନା ହୋଇପାରେ।

Tags: