ହସ୍ପିଟ‌ାଲ ନେଇଥିବା ଅଟୋ ଡ୍ରାଇଭରଙ୍କୁ ଆଲିଙ୍ଗନ କଲେ ସୈଫ୍‌

ନୂଆଦିଲ୍ଲୀ : ଗତ ଜାନୁଆରୀ ୧୬ ତାରିଖରେ ଛୁରି ଆକ୍ରମଣ ପରେ ସୈଫ୍‌ଙ୍କୁ ଜରୁରୀ ପରିସ୍ଥିତିରେ ହସ୍ପିଟାଲ ନେଇ ପହଞ୍ଚାଇଥିବା ଅଟୋ ଚାଳକ ଭଜନ ସିଂ ରାଣାଙ୍କୁ ସୈଫ୍ ଅଲ୍ଲୀ ଭେଟି ଆଲିଙ୍ଗନ କରିଛନ୍ତି। ଅଭିନେତାଙ୍କ ମା’ ଶର୍ମିଲା ଟାଗୋର ମଧ୍ୟ ତାଙ୍କୁ ଧନ୍ୟବାଦ ଓ ଆଶୀର୍ବାଦ ଦେଇଛନ୍ତି। ଲୀଲାବତୀ ହସ୍ପିଟାଲରୁ ଡିସଚାର୍ଜ ହେବା ପୂର୍ବରୁ ସୈଫ ମଙ୍ଗଳବାର ହିରୋ ଅଟୋ ଚାଳକଙ୍କୁ ପାଖାପାଖି ୫ ମିନିଟ୍ ପାଇଁ ଭେଟିଥିଲେ। ଅଭିନେତା ରାଣାଙ୍କୁ ଆଲିଙ୍ଗନ କରିଥିଲେ ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ : ଗତ ଜାନୁଆରୀ ୧୬ ତାରିଖରେ ଛୁରି ଆକ୍ରମଣ ପରେ ସୈଫ୍‌ଙ୍କୁ ଜରୁରୀ ପରିସ୍ଥିତିରେ ହସ୍ପିଟାଲ ନେଇ ପହଞ୍ଚାଇଥିବା ଅଟୋ ଚାଳକ ଭଜନ ସିଂ ରାଣାଙ୍କୁ ସୈଫ୍ ଅଲ୍ଲୀ ଭେଟି ଆଲିଙ୍ଗନ କରିଛନ୍ତି। ଅଭିନେତାଙ୍କ ମା’ ଶର୍ମିଲା ଟାଗୋର ମଧ୍ୟ ତାଙ୍କୁ ଧନ୍ୟବାଦ ଓ ଆଶୀର୍ବାଦ ଦେଇଛନ୍ତି। ଲୀଲାବତୀ ହସ୍ପିଟାଲରୁ ଡିସଚାର୍ଜ ହେବା ପୂର୍ବରୁ ସୈଫ ମଙ୍ଗଳବାର ହିରୋ ଅଟୋ ଚାଳକଙ୍କୁ ପାଖାପାଖି ୫ ମିନିଟ୍ ପାଇଁ ଭେଟିଥିଲେ। ଅଭିନେତା ରାଣାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ତାଙ୍କ ଭଲ କାମ ପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଇଣ୍ଡିଆ ଟୁଡେ ଟିଭିକୁ ସାକ୍ଷାତକାର ଦେଇ ଡ୍ରାଇଭର ଭଜନ ସିଂ ରାଣା ଘଟଣାର ରାତିକୁ ମନେ ପକାଇ କହିଛନ୍ତି ଯେ ସୈଫ୍ ତାଙ୍କ ଅଟୋରିକ୍ସାରେ ବସିବା ମାତ୍ରେ ତାଙ୍କର ପ୍ରଥମ ପ୍ରଶ୍ନ ଥିଲା, “କିତ୍ନା ଟାଇମ୍ ଲାଗେଗା (କେତେ ସମୟ ଲାଗିବ)” ଡାକ୍ତରଖାନାରେ ପହଞ୍ଚିବା ପାଇଁ?

Tags: