ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ବିହାର ମନ୍ତ୍ରୀ ତେଜ ପ୍ରତାପ ଯାଦବ

ନୂଆଦିଲ୍ଲୀ ପୂର୍ବତନ ବିହାର ମନ୍ତ୍ରୀ ଏବଂ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜ ପ୍ରତାପ ଯାଦବ ଶୁକ୍ରବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜପ୍ରତାପ ପାଟନାର ରାଜେନ୍ଦ୍ର ନଗରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ତେଜପ୍ରତାପ ଗୁରୁବାର ଦିନ […]

Samaya Live Picture
Published On

ନୂଆଦିଲ୍ଲୀ ପୂର୍ବତନ ବିହାର ମନ୍ତ୍ରୀ ଏବଂ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜ ପ୍ରତାପ ଯାଦବ ଶୁକ୍ରବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜପ୍ରତାପ ପାଟନାର ରାଜେନ୍ଦ୍ର ନଗରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ତେଜପ୍ରତାପ ଗୁରୁବାର ଦିନ ବକ୍ସାରରେ ଏକ ସରକାରୀ ଲାଇବ୍ରେରି ଉଦଘାଟନ କରିଥିଲେ। ବିହାରରେ ପୂର୍ବତନ ମହାମେଣ୍ଟ ସରକାରରେ ତେଜ ପ୍ରତାପ ଯାଦବ ହେଉଛନ୍ତି ପରିବେଶ ମନ୍ତ୍ରୀ। ସେ ମଧ୍ୟ ଅନ୍ୟ ଏକ କାର୍ଯ୍ୟକାଳରେ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ରହିଥିଲେ।

Tags: