ହସ୍ପିଟାଲରେ କୁନି ଝିଅ ସହ ପ୍ରଧାନମନ୍ତ୍ରୀ କଥା‌ ହେବାର ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଡାକ୍ତରଖାନାରେ ଏକ କୁନି ଝିଅ ପ୍ରଧାନମନ୍ତ୍ରୀଙ୍କ ସହ ଖେଳୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓଟି ଭୂସ୍ଖଳନ ପ୍ରଭାବିତ ୱାୟନାଡର ଏକ ଡାକ୍ତରଖାନାରୁ ଆସିଛି। ଗତ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ୱାୟନାଡ ଗସ୍ତ କରି ଭୂସ୍ଖଳନ ପ୍ରଭାବିତ ଅଞ୍ଚଳବାସୀଙ୍କୁ ଭେଟିଥିଲେ। ଏହାପରେ ସେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଡାକ୍ତରଖାନାରେ ଏକ କୁନି ଝିଅ ପ୍ରଧାନମନ୍ତ୍ରୀଙ୍କ ସହ ଖେଳୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓଟି ଭୂସ୍ଖଳନ ପ୍ରଭାବିତ ୱାୟନାଡର ଏକ ଡାକ୍ତରଖାନାରୁ ଆସିଛି। ଗତ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ୱାୟନାଡ ଗସ୍ତ କରି ଭୂସ୍ଖଳନ ପ୍ରଭାବିତ ଅଞ୍ଚଳବାସୀଙ୍କୁ ଭେଟିଥିଲେ। ଏହାପରେ ସେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଡାକ୍ତରଖାନା ବେଡରେ ଥିବା ଛୋଟ ଛୁଆଟିଏ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସି ଖୁବ୍ ନିଜର ପରି ବ୍ୟବହାର କରିଥିଲା।। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସହ କିଛି ସମୟ ଅତିବା‌ହିତ କରିଥିଲେ।

Tags: