ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ, ଆସନ୍ତାକାଲି ସଂସଦୀୟ ଦଳ ‌ବୈଠକ ଡାକିଲେ

ନୂଆଦିଲ୍ଲୀ : କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସାମାନ୍ୟ ଜ୍ବର ପାଇଁ ସୋନିଆ ଗତକାଲି ଦିଲ୍ଲୀ ସ୍ଥିତ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଦ୍ଧାର ଆସିବାରୁ ଆଜି ସେ ହସ୍ପିଟାଲରୁ ଡିସଚାର୍ଜ ‌ହୋଇଛନ୍ତି। ଆସନ୍ତାକାଲି ସୋନିଆ ସଂସଦୀୟ ଦଳ ଷ୍ଟ୍ରାଟେଜି ଗ୍ରୁପ୍‌ ବୈଠକ ଡାକିଛନ୍ତି। ଆଗକୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଥିବାବେଳେ ଏହା ପୂର୍ବରୁ ସୋନିଆ ଏହି ବୈଠକ ଡାକିଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସାମାନ୍ୟ ଜ୍ବର ପାଇଁ ସୋନିଆ ଗତକାଲି ଦିଲ୍ଲୀ ସ୍ଥିତ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଦ୍ଧାର ଆସିବାରୁ ଆଜି ସେ ହସ୍ପିଟାଲରୁ ଡିସଚାର୍ଜ ‌ହୋଇଛନ୍ତି। ଆସନ୍ତାକାଲି ସୋନିଆ ସଂସଦୀୟ ଦଳ ଷ୍ଟ୍ରାଟେଜି ଗ୍ରୁପ୍‌ ବୈଠକ ଡାକିଛନ୍ତି। ଆଗକୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଥିବାବେଳେ ଏହା ପୂର୍ବରୁ ସୋନିଆ ଏହି ବୈଠକ ଡାକିଛନ୍ତି। ବୈଠକରେ ଦଳର ରଣନୀତି ସଂକ୍ରାନ୍ତରେ ଆଲୋଚନା ହୋଇପାରେ। ସେହିପରି ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ପାଇଁ ରଣନୀତି ସଂକ୍ରାନ୍ତରେ ଆଲୋଚନା କରିବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖ‌ଡ଼ଗେ ମଧ୍ୟ ଇଣ୍ଡିୖଆ ମେଣ୍ଟ ସାଂସଦମାନଙ୍କର ବୈଠକ ଡାକିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି।

Tags: