ହସିନା ତଡ଼ା ଖାଇବା ପରେ ମୋଦୀ ଥରୁଛନ୍ତି: ସୁବ୍ରମଣ୍ୟମ ସ୍ୱାମୀ
ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇ ଦେଶ ଛାଡ଼ି ଭାରତ ପଳାଇ ଆସିବା ପରେ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ। ସ୍ୱାମୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ ମୋଦୀ ଜଣେ ଭୀରୁ। ଯେତେବେଳେ ଚୀନ୍ ଭାରତ ମାଟିରେ ଜବରଦଖଲ କରିଥିଲା ଏବଂ ମାଳଦ୍ୱୀପ ନେତାମାନେ ଭାରତକୁ ଦ୍ୱୀପରୁ ‘ଗେଟ୍ ଆଉଟ୍’ ବୋଲି କହିଥିଲେ ସେତେବେଳେ ମୋଦୀ ଜଣେ କାପୁରୁଷ ଥିଲେ। ସ୍ୱାମୀ ଲେଖିଛନ୍ତି, ଭାରତର ନିର୍ବିବାଦୀୟ ଲଦାଖ […]
ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇ ଦେଶ ଛାଡ଼ି ଭାରତ ପଳାଇ ଆସିବା ପରେ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ। ସ୍ୱାମୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ ମୋଦୀ ଜଣେ ଭୀରୁ। ଯେତେବେଳେ ଚୀନ୍ ଭାରତ ମାଟିରେ ଜବରଦଖଲ କରିଥିଲା ଏବଂ ମାଳଦ୍ୱୀପ ନେତାମାନେ ଭାରତକୁ ଦ୍ୱୀପରୁ ‘ଗେଟ୍ ଆଉଟ୍’ ବୋଲି କହିଥିଲେ ସେତେବେଳେ ମୋଦୀ ଜଣେ କାପୁରୁଷ ଥିଲେ। ସ୍ୱାମୀ ଲେଖିଛନ୍ତି, ଭାରତର ନିର୍ବିବାଦୀୟ ଲଦାଖ ଅଞ୍ଚଳର ୪୦୬୭ ବର୍ଗ କିମି ଅଞ୍ଚଳକୁ ଚୀନ୍ ଦଖଲ କରିବା ବେଳେ ମୋଦୀ କାପୁରୁଷ ଥିଲେ। ମାଳଦ୍ୱୀପର ମୁସଲମାନ ନେତାମାନେ ଭାରତୀୟମାନଙ୍କୁ ଦ୍ୱୀପରୁ ବାହାରକୁ ଯିବାକୁ କହିବା ପରେ ସେ ଭାଙ୍ଗିପଡ଼ିଥିଲେ। ମୁସଲମାନମାନେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଦେଶରୁ ତଡ଼ିଦେବା ବେଳେ ଏବେ ମୋଦୀ ଥରୁଛନ୍ତି। ଲଗାତାର ମୋଦୀଙ୍କ ସହ ବିବାଦରେ ଥିବା ସ୍ବାମୀ ତାଙ୍କ ବିରୋଧରେ ଟିପ୍ପଣୀ ଦେବା କିଛି ନୂଆ କଥା ନୁହେଁ।




