ହସିନାଙ୍କ ଭିସା ଅବଧି ବଢ଼ାଇଲା ଭାରତ
ନୂଆଦିଲ୍ଲୀ : ବିକ୍ଷୋଭ ଭୟରେ ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସା ଅବଧି ଭାରତ ବୃଦ୍ଧି କରିଛି। ଅଗଷ୍ଟ ମାସରୁ ଭାରତରେ ଆଶ୍ରୟ ନେଇଥିବା ହସିନାଙ୍କୁ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ଦାବି କରି ଆସୁଛନ୍ତି। ଏପରି ସ୍ଥିତିରେ ଆଜି ଭାରତ ସରକାର ହସିନାଙ୍କ ଭିସା ଅବଧି ବୃଦ୍ଧି କରି ଦେଇଛନ୍ତି। ଏହାର ଅର୍ଥ ଭିସା ଅବଧି ଶେଷ ହେବା ଯାଏ ହସିନା ଭାରତରେ ରହିପାରିବେ। ତେବେ […]
ନୂଆଦିଲ୍ଲୀ : ବିକ୍ଷୋଭ ଭୟରେ ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସା ଅବଧି ଭାରତ ବୃଦ୍ଧି କରିଛି। ଅଗଷ୍ଟ ମାସରୁ ଭାରତରେ ଆଶ୍ରୟ ନେଇଥିବା ହସିନାଙ୍କୁ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ଦାବି କରି ଆସୁଛନ୍ତି। ଏପରି ସ୍ଥିତିରେ ଆଜି ଭାରତ ସରକାର ହସିନାଙ୍କ ଭିସା ଅବଧି ବୃଦ୍ଧି କରି ଦେଇଛନ୍ତି। ଏହାର ଅର୍ଥ ଭିସା ଅବଧି ଶେଷ ହେବା ଯାଏ ହସିନା ଭାରତରେ ରହିପାରିବେ। ତେବେ ହସିନାଙ୍କୁ ଭାରତରେ ରାଜନୀତିକ ଆଶ୍ରୟ ଦିଆଯାଇଥିବା ଦାବିକୁ ସରକାରୀ ସୂତ୍ରରେ ଖଣ୍ଡନ କରାଯାଇଛି। ଭିସା ଅବଧି ବୃଦ୍ଧି କରିବାର ଅର୍ଥ ନୁହେଁ ଯେ କାହାକୁ ଶରଣ ଦେବା। ଏହା ସଂପୂର୍ଣ୍ଣ ଭାବେ ଏବେ ବୈଷୟିକ ଅବଧି ବୃଦ୍ଧି। ଏହାକୁ ଆଉ କୌଣସି କ୍ଷେତ୍ର ସହ ଯୋଡ଼ିବାର ଆବଶ୍ୟକ ନଥିବା କୁହାଯାଇଛି।




