ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଅନୁରୋଧ କରିବ ବାଂଲାଦେଶ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ଗଣହତ୍ୟା ଅଭିଯୋଗ ମାମଲାର ବିଚାରଣ ଆରମ୍ଭ ହେବ। ଏଥିପାଇଁ ତାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶ ଭାରତକୁ ଅନୁରୋଧ କରିବ ବୋଲି ଯୋଜନା କରିଛି। ଆଜି ସରକାରୀ ଭାବେ ଏ ସଂକ୍ରାନ୍ତ ଘୋଷଣା ହୋଇଥିବାରୁ ଆଗକୁ ହସିନାଙ୍କ ପାଇଁ ଜଟିଳ ସ୍ଥିତି ସୃଷ୍ଟି ହୋଇପାରେ। ବାଂଲାଦେଶରେ ଭୟଙ୍କର ହିଂସା ପରେ ହସିନା ଦେଶ ଛାଡ଼ି ଅଗଷ୍ଟ ୫ରେ ଭାରତ ଚାଲି ଆସିଥିଲେ ଏବଂ ଏବେ ବି ଭାରତ […]

Samaya Live Picture
Published On

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ଗଣହତ୍ୟା ଅଭିଯୋଗ ମାମଲାର ବିଚାରଣ ଆରମ୍ଭ ହେବ। ଏଥିପାଇଁ ତାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶ ଭାରତକୁ ଅନୁରୋଧ କରିବ ବୋଲି ଯୋଜନା କରିଛି। ଆଜି ସରକାରୀ ଭାବେ ଏ ସଂକ୍ରାନ୍ତ ଘୋଷଣା ହୋଇଥିବାରୁ ଆଗକୁ ହସିନାଙ୍କ ପାଇଁ ଜଟିଳ ସ୍ଥିତି ସୃଷ୍ଟି ହୋଇପାରେ। ବାଂଲାଦେଶରେ ଭୟଙ୍କର ହିଂସା ପରେ ହସିନା ଦେଶ ଛାଡ଼ି ଅଗଷ୍ଟ ୫ରେ ଭାରତ ଚାଲି ଆସିଥିଲେ ଏବଂ ଏବେ ବି ଭାରତ ଶରଣରେ ଅଛନ୍ତି। ନ୍ୟାୟିକ ପ୍ରକ୍ରିୟା ପାଇଁ ବାଂଲାଦେଶ ଭାରତକୁ ହସିନାଙ୍କ ପ୍ରତ୍ୟର୍ପଣ ଅନୁରୋଧ କଲେ ଭାରତ ପାଇଁ ମଧ୍ୟ ଏହା ଜଟିଳ ସ୍ଥିତି ସୃଷ୍ଟି କରିବ । ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି)ର ନବନିଯୁକ୍ତ ମୁଖ୍ୟ ପ୍ରସିକ୍ୟୁଟର ମହମ୍ମଦ ତାଜୁଲ ଇସଲାମ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ସହ ପ୍ରଚଳିତ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ହସିନାଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧ କରିବାକୁ କହିଛନ୍ତି। ହସିନା ଏବଂ ଅନ୍ୟ ଫେରାର ସନ୍ଦିଗ୍ଧଙ୍କ ବିରୋଧରେ ଗିରଫ ପରୱାନା ପାଇଁ ବାଂଲାଦେଶୀ କର୍ତ୍ତୃପକ୍ଷ ପଦକ୍ଷେପ ତ୍ବରାନ୍ବିତ କରିଥିବାରୁ ଖୁବ୍‌ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ ଅନୁରୋଧ ମିଳିପାରେ ବୋଲି କୁହାଯାଉଛି।

Tags: