ହସନ ନସ୍‌ରଲ୍ଲାର ମୃତ୍ୟୁ ପରେ ହେଜବୁଲ୍ଲାର ନୂଆ ମୁଖ୍ୟ ହାସେମ୍ ସଫିଦ୍ଦିନ

ବେରୁତ: ଇସ୍ରାଏଲ ପକ୍ଷରୁ ବେରୁତ ଉପରେ ହୋଇଥିବା ପ୍ରଚଣ୍ଡ ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ ହସନ ନସ୍‌ରଲ୍ଲା ନିହତ ହୋଇଥିବାରୁ ଏବେ ତା’ ସ୍ଥାନରେ ସଂଗଠନର ଜଣେ ପ୍ରମୁଖ କମାଣ୍ଡର୍‌ ହାସେମ୍ ସଫିଦ୍ଦିନକୁ ହେଜବୁଲ୍ଲାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସଫିଦ୍ଦିନ ନସରଲ୍ଲାର ସମ୍ପର୍କୀୟ ଭାଇ, ଯିଏ କି ୩୨ ବର୍ଷ ଧରି ହେଜବୁଲ୍ଲାର ଏକ ପ୍ରମୁଖ ଶାଖାର ମୁଖ୍ୟ ଭାବେ କାର୍ଯ୍ୟ କରିଛି। ଲେବାନନ୍‌ରେ ଇସ୍ରାଏଲର ବୋମାମାଡ଼ରେ ସଫିଦ୍ଦିନ ମଧ୍ୟ ନିହତ ହୋଇଛି ବୋଲି ପୂର୍ବରୁ ଖବର […]

Samaya Live Picture
Published On

ବେରୁତ: ଇସ୍ରାଏଲ ପକ୍ଷରୁ ବେରୁତ ଉପରେ ହୋଇଥିବା ପ୍ରଚଣ୍ଡ ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ ହସନ ନସ୍‌ରଲ୍ଲା ନିହତ ହୋଇଥିବାରୁ ଏବେ ତା’ ସ୍ଥାନରେ ସଂଗଠନର ଜଣେ ପ୍ରମୁଖ କମାଣ୍ଡର୍‌ ହାସେମ୍ ସଫିଦ୍ଦିନକୁ ହେଜବୁଲ୍ଲାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସଫିଦ୍ଦିନ ନସରଲ୍ଲାର ସମ୍ପର୍କୀୟ ଭାଇ, ଯିଏ କି ୩୨ ବର୍ଷ ଧରି ହେଜବୁଲ୍ଲାର ଏକ ପ୍ରମୁଖ ଶାଖାର ମୁଖ୍ୟ ଭାବେ କାର୍ଯ୍ୟ କରିଛି। ଲେବାନନ୍‌ରେ ଇସ୍ରାଏଲର ବୋମାମାଡ଼ରେ ସଫିଦ୍ଦିନ ମଧ୍ୟ ନିହତ ହୋଇଛି ବୋଲି ପୂର୍ବରୁ ଖବର ପ୍ରଚାରିତ ହୋଇଥିଲା । ତେବେ ସଫିଦ୍ଦିନ ଜୀବିତ ଏବଂ ତାକୁ ହିଁ ହେଜବୁଲ୍ଲାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି ବୋଲି ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି। ହେଜବୁଲ୍ଲା ମଧ୍ୟ ଖୁବ୍‌ଶୀଘ୍ର ଏ ବାବଦରେ ଆନୁଷ୍ଠାନିକ ଘୋଷଣା କରିବ ବୋଲି ପ୍ରସ୍ତୁତ ହେଉଛି । ଦକ୍ଷିଣ ଲେବାନନ୍‌ର ଅଲ୍ ନାହରରେ ୧୯୬୪ମସିହାରେ ଜନ୍ମଗ୍ରହଣ କରିଥିବା ସଫିଦ୍ଦିନ ୧୯୯୦ ଦଶକରେ ଇରାନରୁ ବେରୁତକୁ ଫେରିଥିଲା। ଏବେ ତାକୁ ନସ୍‌ରଲ୍ଲାର ଉତ୍ତରାଧିକାରୀ ଭାବେ ମନୋନୀତ କରାଯାଇଥିବାରୁ ଏହା ପଛରେ ଇରାନର ନିଷ୍ପତ୍ତି ହିଁ କାର୍ଯ୍ୟକାରୀ ହୋଇଥିବା କୁହାଯାଉଛି । ୨୦୧୭ରେ ଆମେରିକା ଦ୍ୱାରା ଆତଙ୍କବାଦୀ ଘୋଷଣା ହୋଇଥିବା ସଫିଦ୍ଦିନ ହିଜବୁଲ୍ଲାର ରାଜନୈତିକ ବ୍ୟାପାର ମଧ୍ୟ ତଦାରଖ କରୁଥିଲା ଏବଂ ସେ ଜିହାଦ କାଉନ୍‌ସିଲର ସଦସ୍ୟ।

Tags: