ହରିୟାଣା ହିଂସା, ମୁସଲିମ ବ୍ୟବସାୟୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଲେ ୫୦ ପଞ୍ଚାୟତ

ନୂଆଦିଲ୍ଲୀ : ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସାର ସପ୍ତାହକ ପରେ ମଧ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ସୁଦ୍ଧାର ଆସିନି। ଏବେ ବି ଇଣ୍ଟରନେଟ୍ ଉପରୁ କଟକଣା ହଟିନାହିଁ। କିଛି ସ୍ଥାନରେ ଧୀରେଧୀରେ ଦୋକାନ ବଜାର ଖୋଲୁଛି। ଇତି ମଧ୍ୟରେ ୩ଟି ଜିଲ୍ଲାରେ ୫୦ରୁ ଅଧିକ ପଞ୍ଚାୟତ ମୁସଲିମ ବ୍ୟବସାୟୀଙ୍କ ପ୍ରବେଶ ଉପରେ କଟକଣା ଲଗାଇ ଏକ ଚିଠି ଜାରି କରିଛନ୍ତି। ରେୱାଡ଼ି, ମହେନ୍ଦ୍ରଗଡ଼ ଏବଂ ଝାଜ୍ଜର ଜିଲ୍ଲାର ୫୦ ପଞ୍ଚାୟତରେ ଏବେ ଏହି ଚିଠି ବୁଲୁଛି। ଚିଠିରେ ସରପଞ୍ଚମାନଙ୍କର […]

Samaya Live Picture
Published On

ନୂଆଦିଲ୍ଲୀ : ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସାର ସପ୍ତାହକ ପରେ ମଧ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ସୁଦ୍ଧାର ଆସିନି। ଏବେ ବି ଇଣ୍ଟରନେଟ୍ ଉପରୁ କଟକଣା ହଟିନାହିଁ। କିଛି ସ୍ଥାନରେ ଧୀରେଧୀରେ ଦୋକାନ ବଜାର ଖୋଲୁଛି। ଇତି ମଧ୍ୟରେ ୩ଟି ଜିଲ୍ଲାରେ ୫୦ରୁ ଅଧିକ ପଞ୍ଚାୟତ ମୁସଲିମ ବ୍ୟବସାୟୀଙ୍କ ପ୍ରବେଶ ଉପରେ କଟକଣା ଲଗାଇ ଏକ ଚିଠି ଜାରି କରିଛନ୍ତି। ରେୱାଡ଼ି, ମହେନ୍ଦ୍ରଗଡ଼ ଏବଂ ଝାଜ୍ଜର ଜିଲ୍ଲାର ୫୦ ପଞ୍ଚାୟତରେ ଏବେ ଏହି ଚିଠି ବୁଲୁଛି। ଚିଠିରେ ସରପଞ୍ଚମାନଙ୍କର ଦସ୍ତଖତ ରହିଛି। ଚିଠିରେ ମଧ୍ୟ ଏହା ଦର୍ଶାଯାଇଛି ଯେ ଗାଁ ମାନଙ୍କରେ ରହୁଥିବା ମୁସଲମାନ ସେମାନଙ୍କ କାଗଜପତ୍ର ପୁଲିସରେ ଦାଖଲ କରିବେ। ଇତି ମଧ୍ୟରେ ସମସ୍ତ ପଞ୍ଚାୟତଙ୍କୁ କାରଣ ଦର୍ଶାଅ ନୋଟିସ କରିବାପାଇଁ ନରନୌଲ ଏସଡିଏମ୍ ବ୍ଲକ୍ ଅଫିସ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ମୁସଲିମଙ୍କୁ ହତ୍ୟା କରିବା ସଂକ୍ରାନ୍ତ ଘୃଣା ଭାଷଣ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି

Tags: