ହରିୟାଣା ସଚିବାଳୟକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ

ଚଣ୍ଡିଗଡ଼: ହରିୟାଣା ସଚିବାଳୟକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଧମକ ମିଳିବା ପରେ ସମଗ୍ର ସଚିବାଳୟ ପରିସରକୁ ଖାଲି କରାଯାଇ ଖାନତଲାସି କରାଯାଉଛି। ପୁଲିସ ପକ୍ଷରୁ ଏନେଇ ବିସ୍ତୃତ ସୂଚନା ଦିଆଯାଇନଥିଲେ ମଧ୍ୟ ଆଜି ଅପରାହ୍ନରେ ଏକ ଧମକପୂର୍ଣ୍ଣ ଇମେଲ୍‌ ଜରିଆରେ ସଚିବାଳୟ କୋଠାକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଥିବା କୁହାଯ‌ାଉଛି। ଘଟଣା ସମ୍ପର୍କରେ ସୂଚନା ଦେଇ ଚଣ୍ଡିଗଡ଼ ଡିଏସ୍‌ପି ଉଦୟପାଲ ସିଂହ କହିଛନ୍ତି, ୯ ମହଲା ବିଶିଷ୍ଟ ସଚିବାଳୟକୁ ଖାଲି କରବାକୁ ମାଇକ୍‌ ଯୋଗେ […]

ହରିୟାଣା ସଚିବାଳୟକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ
Samaya Live Picture
Published On

ଚଣ୍ଡିଗଡ଼: ହରିୟାଣା ସଚିବାଳୟକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଧମକ ମିଳିବା ପରେ ସମଗ୍ର ସଚିବାଳୟ ପରିସରକୁ ଖାଲି କରାଯାଇ ଖାନତଲାସି କରାଯାଉଛି। ପୁଲିସ ପକ୍ଷରୁ ଏନେଇ ବିସ୍ତୃତ ସୂଚନା ଦିଆଯାଇନଥିଲେ ମଧ୍ୟ ଆଜି ଅପରାହ୍ନରେ ଏକ ଧମକପୂର୍ଣ୍ଣ ଇମେଲ୍‌ ଜରିଆରେ ସଚିବାଳୟ କୋଠାକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଥିବା କୁହାଯ‌ାଉଛି। ଘଟଣା ସମ୍ପର୍କରେ ସୂଚନା ଦେଇ ଚଣ୍ଡିଗଡ଼ ଡିଏସ୍‌ପି ଉଦୟପାଲ ସିଂହ କହିଛନ୍ତି, ୯ ମହଲା ବିଶିଷ୍ଟ ସଚିବାଳୟକୁ ଖାଲି କରବାକୁ ମାଇକ୍‌ ଯୋଗେ ଘୋଷଣା କରାଯାଇଛି। କେନ୍ଦ୍ରୀୟ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌) ଓ ଚଣ୍ଡିଗଡ଼ ପୁଲିସର ମିଳିତ ଟିମ୍‌ ସମଗ୍ର ସଚିବାଳୟକୁ ଖାନତଲାସି କରୁଛନ୍ତି। ତାଙ୍କ ସହ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ଡାକ୍ତରୀ ଟିମ୍‌, କୁଇକ୍‌ ରିଏକ୍ସନ୍‌ ଟିମ୍‌ ଯୋଗ ଦେଇଛନ୍ତି। ଏହାସହ, ସଚିବାଳୟ ନିକଟରେ ଥିବା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନିଙ୍କ ସରକାରୀ ବାସଭବନକୁ ମଧ୍ୟ ସୁରକ୍ଷାକର୍ମୀମାନେ ଯାଞ୍ଚ କରିଛନ୍ତି। ସମଗ୍ର ଅଞ୍ଚଳକୁ ସିଆଇଏସ୍‌ଏଫ୍‌ ଯବାନ ଘେରାବନ୍ଦୀ କରି ରଖିଛନ୍ତି।

Tags: