ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ୩ ଜେଜେପି ନେତା

ନୂଆଦିଲ୍ଲୀ : ହରିୟାଣାରେ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି ଗଣମାଧ୍ୟମରେ ଉଦବୋଧନ ଦେଇ ତାଙ୍କ ସରକାର ସଂଖ୍ୟାଲଘୁ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିରୋଧୀମାନେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେତେ ସଂଖ୍ୟାରେ ବିଧାୟକ ସେମାନଙ୍କୁ ସମର୍ଥନ କରୁଛନ୍ତି ଏନେଇ ସେମାନେ ରାଜ୍ୟପାଳଙ୍କ ନିକଟରେ ଏକ ଲିଖିତ ବିବୃତି ଦାଖଲ କରିବାପାଇଁ ସୈନି କଂଗ୍ରେସ ଓ ଜେଜେପିକୁ ଆହ୍ବାନ ଦେଇଛନ୍ତି। ସୈନି କହିଛନ୍ତି, ଆମେ ନିକଟରେ […]

Samaya Live Picture
Published On

ନୂଆଦିଲ୍ଲୀ : ହରିୟାଣାରେ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି ଗଣମାଧ୍ୟମରେ ଉଦବୋଧନ ଦେଇ ତାଙ୍କ ସରକାର ସଂଖ୍ୟାଲଘୁ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିରୋଧୀମାନେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେତେ ସଂଖ୍ୟାରେ ବିଧାୟକ ସେମାନଙ୍କୁ ସମର୍ଥନ କରୁଛନ୍ତି ଏନେଇ ସେମାନେ ରାଜ୍ୟପାଳଙ୍କ ନିକଟରେ ଏକ ଲିଖିତ ବିବୃତି ଦାଖଲ କରିବାପାଇଁ ସୈନି କଂଗ୍ରେସ ଓ ଜେଜେପିକୁ ଆହ୍ବାନ ଦେଇଛନ୍ତି। ସୈନି କହିଛନ୍ତି, ଆମେ ନିକଟରେ ଆସ୍ଥା ଭୋଟ୍ ଜିତିଥିଲୁ ଏବଂ ପୁଣିଥରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ କହିଲେ ଆମେ ଜିତିବୁ। ତେବେ ହରିୟାଣାରେ ବିଜେପି ନେତୃତ୍ବାଧୀନ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ରାଜ୍ୟପାଳ ବନ୍ଦାରୁ ଦତ୍ତତ୍ରେୟଙ୍କୁ ଚିଠି ଲେଖି ଆସ୍ଥା ଭୋଟ୍ ଦାବି କରିଥିବା ବେଳେ ସୈନିଙ୍କ ସାମ୍ବାଦିକ ସମ୍ମିଳନୀରେ ଆଜି ୩ ଜେଜେପି ନେତା ଉପସ୍ଥିତ ଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଛି। ଜେଜେପି ଦଳରେ ବିଭାଜନ ସୃଷ୍ଟି ହୋଇଛି ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ ୩ ଜଣ ସ୍ବାଧୀନ ବିଧାୟକ ହରିୟାଣାରେ ବିଜେପି ନେତୃତ୍ବାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିବା ପରେ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ସୈନି ଏହି ଅଭିଯୋଗ ଖଣ୍ଡନ କରିଛନ୍ତି।

Tags: