ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍‌

ନୂଆଦିଲ୍ଲୀ: ହରିୟାଣାରେ କଂଗ୍ରେସ ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ଆଜି ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆପ୍‌ ଓ କଂଗ୍ରେସ ହରିୟାଣାରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ। ତେଣୁ ବିଧାନସଭା ନିର୍ବାଚନ ମଧ୍ୟ ଏକାଠି ଲଢ଼ିବାକୁ ଆଗ୍ରହ ଦେଖାଇଥିଲେ। ସମ୍ଭାବ୍ୟ ମେଣ୍ଟକୁ ନେଇ ଆଲୋଚନା ହୋଇଥିଲା ଓ ସିଟ ସେୟାରିଂ କଥା ମଧ୍ୟ ଉଠିଥିଲା। ହେଲେ ଉଭୟ ଦଳ ସିଟ୍‌ ସେୟାରିଂ […]

Samaya Live Picture
Published On

ନୂଆଦିଲ୍ଲୀ: ହରିୟାଣାରେ କଂଗ୍ରେସ ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ଆଜି ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆପ୍‌ ଓ କଂଗ୍ରେସ ହରିୟାଣାରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ। ତେଣୁ ବିଧାନସଭା ନିର୍ବାଚନ ମଧ୍ୟ ଏକାଠି ଲଢ଼ିବାକୁ ଆଗ୍ରହ ଦେଖାଇଥିଲେ। ସମ୍ଭାବ୍ୟ ମେଣ୍ଟକୁ ନେଇ ଆଲୋଚନା ହୋଇଥିଲା ଓ ସିଟ ସେୟାରିଂ କଥା ମଧ୍ୟ ଉଠିଥିଲା। ହେଲେ ଉଭୟ ଦଳ ସିଟ୍‌ ସେୟାରିଂ ଫର୍ମୁଲାକୁ ନେଇ ଏକମତ ହୋଇ ପାରିନାହାନ୍ତି। ଆପ୍‌ ରାଜ୍ୟର ୯୦ଟି ବିଧାନସଭା ଆସନରୁ ୧୦ଟିରେ ପ୍ରାର୍ଥୀ ଦେବାକୁ ଚାହୁଁଥିଲା। କିନ୍ତୁ କଂଗ୍ରେସ କେବଳ ୭ଟି ଆସନ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌କୁ ଦେବ ବୋଲି ସର୍ତ୍ତ ରଖିଥିଲା। ସେହିପରି ଆପ୍‌ ଏମିତି କିଛି ସ୍ଥାନରେ ପ୍ରାର୍ଥୀ ଦେବାକୁ ଚାହିଁଥିଲା, ଯେଉଁଠି କଂଗ୍ରେସର ବରିଷ୍ଠ ନେତାମାନେ ଟିକେଟ ଆଶାରେ ରହିଛନ୍ତି। ବିଶେଷ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ହୁଦାଙ୍କ ବିଶ୍ୱସ୍ତମାନଙ୍କ ଆସନ ଉପରେ ଆପ୍‌ର ନଜର ରହିଥିଲା। ତେଣୁ ଉକ୍ତ ଆସନ ଗୁଡ଼ିକ ଛାଡ଼ିବା ମୁଡରେ ମଧ୍ୟ କଂଗ୍ରେସ ନଥିଲା। ଉଭୟ ଦଳ ନିଜ ନିଜ ଜିଦରେ ଅଟଳ ରହିବାରୁ ମେଣ୍ଟ ସମ୍ଭବ ପର ହୋଇ ପାରିନାହିଁ। ମେଣ୍ଟ ଆଶା ମଉଳି ଯିବାରୁ ଆଜି ଆପ୍‌ ୨୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଏହାପୂର୍ବରୁ କଂଗ୍ରେସ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୪୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।

Tags: