ହରିୟାଣା, କେରଳ, ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେଲା
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ହରିୟାଣା, କେରଳ ଓ ପୁଡୁଚେରୀ ପ୍ରଭୃତି ରାଜ୍ୟମାନଙ୍କରେ ମାସ୍କ୍ ପନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସତର୍କତାମୂଳକ ପଦକ୍ଷେପ ଭାବେ ସର୍ବସାଧାରଣ ସ୍ଥାନରେ ହରିୟାଣା ସରକାର ମାସ୍କ୍ ପିନ୍ଧିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତଗୁଡ଼ିକୁ ମଧ୍ୟ ଏ ସବୁ ନିୟମ ଲାଗୁ କରିବା ପାଇଁ ନିର୍ଦେଶ ଦିଆଯାଇଛି। ସେହିପରି, କେରଳରେ ଅନ୍ତଃସତ୍ତ୍ବା ମହିଳା, ବୃଦ୍ଧ ବ୍ୟକ୍ତି ଓ ପୁରାତନ ରୋଗରେ […]
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ହରିୟାଣା, କେରଳ ଓ ପୁଡୁଚେରୀ ପ୍ରଭୃତି ରାଜ୍ୟମାନଙ୍କରେ ମାସ୍କ୍ ପନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସତର୍କତାମୂଳକ ପଦକ୍ଷେପ ଭାବେ ସର୍ବସାଧାରଣ ସ୍ଥାନରେ ହରିୟାଣା ସରକାର ମାସ୍କ୍ ପିନ୍ଧିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତଗୁଡ଼ିକୁ ମଧ୍ୟ ଏ ସବୁ ନିୟମ ଲାଗୁ କରିବା ପାଇଁ ନିର୍ଦେଶ ଦିଆଯାଇଛି। ସେହିପରି, କେରଳରେ ଅନ୍ତଃସତ୍ତ୍ବା ମହିଳା, ବୃଦ୍ଧ ବ୍ୟକ୍ତି ଓ ପୁରାତନ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ ପାଇଁ ମାସ୍କ୍ ପରିଧାନ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ କୋଭିଡ୍ ପରିସ୍ଥିତି ଆକଳନ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ କରିବା ପରେ କେରଳର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ମଧୁମେହ ଭଳି ପୁରାତନ ରୋଗ ଥିବା ବ୍ୟକ୍ତିମାନେ କୋଭିଡ୍ ସଙ୍କ୍ରମଣଜନିତ ମୃତ୍ୟୁର ସରବ୍ୟ ହେଉଛନ୍ତି। ତେଣୁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ଗଚ୍ଛିତ ରଖିବା ଲାଗି ସେ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା, ପୁଡୁଚେରୀ ମଧ୍ୟ ସର୍ବସାଧାଣ ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛି। ଡାକ୍ତରଖାନା, ହୋଟେଲ୍, ରେସ୍ତୋରାଁ, ମଦ ଦୋକାନ, ଅତିଥି ଭବନ, ମନୋରଞ୍ଜନ କ୍ଷେତ୍ର, ସରକାରୀ କାର୍ଯ୍ୟାଳୟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କରେ ମାସ୍କ୍ ପରିଧାନ ବାଧ୍ୟତାମୂଳକ ବୋଲି ଜାରି କରାଯାଇଥିବା ବିବୃତିରେ ସୂଚନା ଦିଆଯାଇଛି।




