ହରିୟାଣା ଆସ୍ଥା ଭୋଟ ଜିତିଲେ ନାୟବ ସିଂହ ସାଇନି
ନୂଆଦିଲ୍ଲୀ : ହରିୟାଣାରେ ଆଜି ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇଥିଲା। ସ୍ବତନ୍ତ୍ର ବିଧାନସଭା ଅଧିବେଶନରେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଆସ୍ଥା ଭୋଟ୍ ଜିତିଛନ୍ତି। ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେବାର ଦିନକ ପରେ ଆଜି ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ସାଇନି ଶପଥ ନେବାପରେ ରାଜ୍ୟପାଳ ବନ୍ଦାରୁ ଦତ୍ତତ୍ରେୟଙ୍କ ନିକଟକୁ ସେ ୪୮ ବିଧାୟକଙ୍କ ସମର୍ଥନ ଥିବା ନେଇ ଏକ ପତ୍ର ପଠାଇଛନ୍ତି। ଦୂଷ୍ୟନ୍ତ ଚୌତାଲାଙ୍କ ନେତୃତ୍ବାଧୀନ ଜେଜେପି (ଜନନାୟକ ଜନତା […]
ନୂଆଦିଲ୍ଲୀ : ହରିୟାଣାରେ ଆଜି ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇଥିଲା। ସ୍ବତନ୍ତ୍ର ବିଧାନସଭା ଅଧିବେଶନରେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଆସ୍ଥା ଭୋଟ୍ ଜିତିଛନ୍ତି। ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେବାର ଦିନକ ପରେ ଆଜି ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ସାଇନି ଶପଥ ନେବାପରେ ରାଜ୍ୟପାଳ ବନ୍ଦାରୁ ଦତ୍ତତ୍ରେୟଙ୍କ ନିକଟକୁ ସେ ୪୮ ବିଧାୟକଙ୍କ ସମର୍ଥନ ଥିବା ନେଇ ଏକ ପତ୍ର ପଠାଇଛନ୍ତି। ଦୂଷ୍ୟନ୍ତ ଚୌତାଲାଙ୍କ ନେତୃତ୍ବାଧୀନ ଜେଜେପି (ଜନନାୟକ ଜନତା ପାର୍ଟି) ଏବଂ ବିଜେପି ମଧ୍ୟରେ ଆସନ ବୁଝାମଣାକୁ ନେଇ ମତଭେଦ ସୃଷ୍ଟି ହେବାପେର ଏବଂ ଜେଜେପି ସହ ଦଳ ଏହାର ମେଣ୍ଟ ଭାଙ୍ଗିବାପରେ ସାଇନିଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିଥିଲା। ଉଲ୍ଲେଖଯୋଗ୍ୟ ଯେ ଜେଜେପି ଦଳ ଏହାର ୧୦ ବିଧାୟକଙ୍କୂ ହ୍ବିପ୍ ଜାରି କରିଥିଲା। ଭୋଟ ଦେବାରୁ ବିରତ ରହିବାପାଇଁ ଜେଜେପି ଏହାର ବିଧାୟକମାନଙ୍କୁ ହ୍ବିପ୍ ଜାରି କରିଥିଲା। କିନ୍ତୁ ଏହି ହ୍ବିପ୍ ସତ୍ତ୍ବେ ୪ ଜଣ ଜେଜେପି ବିଧାୟକ ଯୋଗୀ ରାମ ସିହାଗ, ଈଶ୍ବର ସିଂହ, ରାମକୁମାର ଗୌତମ ଏବଂ ଦେବେନ୍ଦ୍ର ବବିଲ ରାଜ୍ୟ ବିଧାନସଭାରେ ପହଞ୍ଚିଥିଲେ। ୯୦ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପିର ୪୧ ଜଣ ସଦସ୍ୟ ଥିବାବେଳେ ବିଜେପିକୁ ୬ରୁ ୭ ଜଣ ସ୍ବାଧୀନ ବିଧାୟକ ସମର୍ଥନ କରୁଛନ୍ତି। ଆଜି ରାଜ୍ୟ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ବିଜେପି ଏକ ବିଧାୟକ ଦଳ ବୈଠକ କରିଥିଲା। ଖଟ୍ଟର ଏବଂ ଅନ୍ୟ ବିଜେପି ବିଧାୟକମାନେ ମଧ୍ୟ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେଇଥିଲେ।




