ହରିୟାଣାର ସମସ୍ତ ଆସନରେ ନିର୍ବାଚନ ଲଢ଼ିବ ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି

ନୂଆଦିଲ୍ଲୀ : ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ସହ ବିଜେପି ଏବଂ ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି (ଜନନାୟକ ଜନତା ପାର୍ଟି) ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଯାଇଛି। ଜେଜେପି ହରିୟାଣାରେ ସମସ୍ତ ୧୦ ଲୋକସଭା ଆସନରେ ଏବଂ ୯୦ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ। ବିଜେପି ସହ ମେଣ୍ଟ ସଂକ୍ରାନ୍ତରେ ଜେଜେପି ମୁଖପାତ୍ର ଅରବିନ୍ଦ ଭରଦ୍ବାଜ କହିଛନ୍ତି, ଆମେ ଏନେଇ ଖୁବଶୀଘ୍ର ଏକ ବିବୃତି ଜାରି କରିବୁ। ତେବେ ଜେଜେପିରେ ଫାଟ ସଂକ୍ରାନ୍ତ ଏକ ଟିପ୍ପଣୀକୁ […]

Samaya Live Picture
Published On

ନୂଆଦିଲ୍ଲୀ : ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ସହ ବିଜେପି ଏବଂ ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି (ଜନନାୟକ ଜନତା ପାର୍ଟି) ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଯାଇଛି। ଜେଜେପି ହରିୟାଣାରେ ସମସ୍ତ ୧୦ ଲୋକସଭା ଆସନରେ ଏବଂ ୯୦ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ। ବିଜେପି ସହ ମେଣ୍ଟ ସଂକ୍ରାନ୍ତରେ ଜେଜେପି ମୁଖପାତ୍ର ଅରବିନ୍ଦ ଭରଦ୍ବାଜ କହିଛନ୍ତି, ଆମେ ଏନେଇ ଖୁବଶୀଘ୍ର ଏକ ବିବୃତି ଜାରି କରିବୁ। ତେବେ ଜେଜେପିରେ ଫାଟ ସଂକ୍ରାନ୍ତ ଏକ ଟିପ୍ପଣୀକୁ ସେ ଖଣ୍ଡନ କରିଛନ୍ତି। ତାଙ୍କ ଦଳରେ ଏକତା ରହିଛି ଏବଂ ସମସ୍ତ ବିଧାୟକ ଦଳକୁ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଜି ସକାଳେ ମନୋହର ଲାଲ୍ ଖଟ୍ଟର ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ରାଜ୍ୟପାଳ ବନ୍ଦାରୁ ଦତ୍ତତ୍ରେୟଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ଏବଂ ରାଜ୍ୟପାଳ ମଧ୍ୟ ସେମାନଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ଇତି ମଧ୍ୟରେ ନାୟବ ସିଂହ ସାଇନି ହରିୟାଣାର ନୂ୍ଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଜି ସନ୍ଧ୍ୟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ବିଜେପି ୬ ଜଣ ସ୍ବାଧୀନ ବିଧାୟକ ଏବଂ ଏଚଏଲପି (ହରିୟାଣା ଲୋକହିତ ପାର୍ଟି)ର ଜଣେ ବିଧାୟକଙ୍କ ସହ ନୂଆ ସରକାର ଗଠନ କରିବ।

Tags: