ହରିୟାଣାରେ ୬୨.୦୩ କୋଟି ଟଙ୍କାର ବେଆଇନ ମଦ, ଡ୍ରଗ୍ସ ଓ ନଗଦ ଟଙ୍କା ଜବତ

ଚଣ୍ଡୀଗଡ଼: ଚଳିତ ଲୋକସଭା ନିର୍ବାଚନରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଗୁଡ଼ିକ ପ୍ରବଳ ମାତ୍ରାରେ ମଦ, ନାର୍କୋଟିକ୍ସ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ କରିଛନ୍ତି। ହରିୟାଣାରେ ବି ତଦନ୍ତକାରୀ ଅଧିକାରୀମାନେ ପ୍ରାୟ ୬୨.୦୩ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ କରିଛନ୍ତି। ଫଳରେ ଭାରତୀୟ ନିର୍ବାଚନ କମିସନ୍ର ସ୍ବତନ୍ତ୍ର ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ ବି.ଆର୍ ବାଲକ୍ରୀଷ୍ଣନ୍ ଏଥିରେ ଖୁସି ହୋଇଛନ୍ତି। ବାଲକ୍ରୀଷ୍ଣନ୍ କହିଛନ୍ତି, ମେ’ ୨୫ ପର୍ଯ୍ୟନ୍ତ ସବୁ ଚେକପଏଣ୍ଟ୍ ଉପରେ ତୀକ୍ଷ୍ଣ ନଜର ରଖାଯିବା ଉଚିତ […]

Samaya Live Picture
Published On

ଚଣ୍ଡୀଗଡ଼: ଚଳିତ ଲୋକସଭା ନିର୍ବାଚନରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଗୁଡ଼ିକ ପ୍ରବଳ ମାତ୍ରାରେ ମଦ, ନାର୍କୋଟିକ୍ସ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ କରିଛନ୍ତି। ହରିୟାଣାରେ ବି ତଦନ୍ତକାରୀ ଅଧିକାରୀମାନେ ପ୍ରାୟ ୬୨.୦୩ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ କରିଛନ୍ତି। ଫଳରେ ଭାରତୀୟ ନିର୍ବାଚନ କମିସନ୍ର ସ୍ବତନ୍ତ୍ର ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ ବି.ଆର୍ ବାଲକ୍ରୀଷ୍ଣନ୍ ଏଥିରେ ଖୁସି ହୋଇଛନ୍ତି। ବାଲକ୍ରୀଷ୍ଣନ୍ କହିଛନ୍ତି, ମେ’ ୨୫ ପର୍ଯ୍ୟନ୍ତ ସବୁ ଚେକପଏଣ୍ଟ୍ ଉପରେ ତୀକ୍ଷ୍ଣ ନଜର ରଖାଯିବା ଉଚିତ । ବାଲକ୍ରୀଷ୍ଣନ୍ ହରିୟାଣା ଏବଂ ପଂଜାବ ମୁଖ୍ୟ ନିର୍ବାଚନ କମିସନ ଅଫିସରଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ହରିୟାଣାର ମୁଖ୍ୟ ନିର୍ବାଚନ କମିସନର ଅନୁରାଗ ଅଗ୍ରୱାଲ କହିଥିଲେ ଯେ ଏଯାବତ ରାଜ୍ୟରେ ୬୨.୦୩ କୋଟି ଟଙ୍କାର ବେଆଇନ ମଦ, ଡ୍ରଗ୍ସ ଏବଂ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀ ଜବତ ହୋଇଛି। ୧୪.୯୪ କୋଟି ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ପୁଲିସ, ଆୟକର ବିଭାଗ, ଅବକାରୀ ବିଭାଗ, ଡିଆର୍ଆଇ (ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ) ଦ୍ବାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଏଯାବତ ଗୁରୁଗ୍ରାମ ଜିଲ୍ଲାରେ ନଗଦ ୩.୧୨ କୋଟି ଜବତ ହୋଇଥିବା ବେଳେ ରୋହତକରୁ ୧.୭୧ କୋଟି, କର୍ନଲରୁ ୧.୫୧ କୋଟି, ସୋନିପତରୁ ୧.୪୬ କୋଟି ଏବଂ ସିର୍ସାରୁ ୧.୩୭ କୋଟି ଜବତ ହୋଇଛି।

Tags: