ହରିୟାଣାରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଜାରି
ନୂଆଦିଲ୍ଲୀ, ୫/୮ : ହରିୟାଣା ପ୍ରଶାସନ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ହିଂସାସ୍ଥଳ ନୁହଠାରୁ ୨୦ କିମି ଦୂର ତଉରୁରେ ଅନେକ ବେଆଇନ ଘର ଏବଂ ଦୋକାନ ଭଙ୍ଗାଯାଇଛି। ଗୁରୁବାର ସନ୍ଧ୍ୟାରୁ ବୁଲଡୋଜୂର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜୁଲାଇ ୩୧ ଦଙ୍ଗାରେ ସମ୍ପୃକ୍ତ ଥିବା ଦଙ୍ଗାକାରୀଙ୍କ ବେଆଇନ ଘର ଏବଂ ଦୋକାନ ଭଙ୍ଗାଯାଇଛି ବୋଲି କର୍ତ୍ତୃପକ୍ଷମାନେ ସ୍ପଷ୍ଟ କରିଛନ୍ତି। ନୁହ ଏସଡିଏମ୍ ଅଶ୍ବିନ କୁମାର କହିଛନ୍ତି, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ନିର୍ଦ୍ଦେଶ କ୍ରମେ ଏହି […]
ନୂଆଦିଲ୍ଲୀ, ୫/୮ : ହରିୟାଣା ପ୍ରଶାସନ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ହିଂସାସ୍ଥଳ ନୁହଠାରୁ ୨୦ କିମି ଦୂର ତଉରୁରେ ଅନେକ ବେଆଇନ ଘର ଏବଂ ଦୋକାନ ଭଙ୍ଗାଯାଇଛି। ଗୁରୁବାର ସନ୍ଧ୍ୟାରୁ ବୁଲଡୋଜୂର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜୁଲାଇ ୩୧ ଦଙ୍ଗାରେ ସମ୍ପୃକ୍ତ ଥିବା ଦଙ୍ଗାକାରୀଙ୍କ ବେଆଇନ ଘର ଏବଂ ଦୋକାନ ଭଙ୍ଗାଯାଇଛି ବୋଲି କର୍ତ୍ତୃପକ୍ଷମାନେ ସ୍ପଷ୍ଟ କରିଛନ୍ତି। ନୁହ ଏସଡିଏମ୍ ଅଶ୍ବିନ କୁମାର କହିଛନ୍ତି, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ନିର୍ଦ୍ଦେଶ କ୍ରମେ ଏହି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏବଂ ସମସ୍ତ ବେଆଇନ ନିର୍ମାଣ ଭଙ୍ଗାଯାଉଛି। ଏମାନେ ସମସ୍ତେ ଦଙ୍ଗାରେ ସମ୍ପୃକ୍ତ ଥିଲେ ବୋଲି ଏସଡିଏମ୍ କହିଛନ୍ତି। ଗତକାଲି ତଉରୁରେ ୨୫୦ରୁ ଅଧିକ ଝୁମ୍ପୁଡ଼ି ଭଙ୍ଗାଯାଇଛି। ନୁହର ଏସକେଏମ୍ ସରକାରୀ ମେଡିକାଲ କଲେଜ ନିକଟରେ ବେଆଇନ ଝୁମ୍ପୁଡ଼ି ଘର ସବୁ ଭଙ୍ଗାଯାଇଛି। ହରିୟାଣା ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି ବେଆଇନ ନିର୍ମାଣ ଭାଙ୍ଗିବା କାର୍ଯ୍ୟ ଜାରି ରହିଛି। କିନ୍ତୁ ନୁହ ପ୍ରଶାସନ ଦ୍ବାରା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ କୌଣସି ସରକାରୀ ବିବୃତି ଜାରି ହୋଇନି।




