ହରିୟାଣାରେ ବିସ୍ଫୋରଣ, ଗୋଟିଏ ପରିବାରର ୪ ମୃତ

ନୂଆଦିଲ୍ଲୀ :  ହରିୟାଣାର ବାହାଦୁରଗଡ଼ରେ ଏକ ଘରେ ଶକ୍ତିଶାଳୀ ବିସ୍ଫୋରଣ ହୋଇ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ବିସ୍ଫୋରଣର କାରଣ ଜଣାପଡ଼ିନଥିବା ବେଳେ ଫୋରେନସିକ୍ ଟିମ୍ ଘଟଣାସ୍ଥଳର ତଦନ୍ତ କରୁଛନ୍ତି। ଘରୋଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ନେଇ ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ ପୁଲିସ ଏହାକୁ ଖଣ୍ଡନ କରିଛି। ଶୋଇବା ଘର ଭିତରେ ବିସ୍ଫୋରଣ ଘଟିଥିବା […]

Samaya Live Picture
Published On

ନୂଆଦିଲ୍ଲୀ :  ହରିୟାଣାର ବାହାଦୁରଗଡ଼ରେ ଏକ ଘରେ ଶକ୍ତିଶାଳୀ ବିସ୍ଫୋରଣ ହୋଇ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ବିସ୍ଫୋରଣର କାରଣ ଜଣାପଡ଼ିନଥିବା ବେଳେ ଫୋରେନସିକ୍ ଟିମ୍ ଘଟଣାସ୍ଥଳର ତଦନ୍ତ କରୁଛନ୍ତି। ଘରୋଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ନେଇ ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ ପୁଲିସ ଏହାକୁ ଖଣ୍ଡନ କରିଛି। ଶୋଇବା ଘର ଭିତରେ ବିସ୍ଫୋରଣ ଘଟିଥିବା ବେଳେ ଏହାର ପ୍ରଭାବ ସମଗ୍ର ଘର ଉପରେ ପଡ଼ିଛି। ଘଟଣାସ୍ଥଳରୁ ୪ ଜଣଙ୍କ ମୃତଦେହ ମିଳିଛି ଏବଂ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବିସ୍ଫୋରଣର କାରଣ ଜାଣିବା ପାଇଁ ପୁଲିସ ବିସ୍ଫୋରଣ ବିଶେଷଜ୍ଞ ଓ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି (ଏଫ୍ଏସ୍ଏଲ୍)ର ଏକ ଟିମ୍‌ ଡକାଇଛି।

Tags: