ହରିୟାଣାରେ ବିଜେପି ଏବଂ ଜେଜେପି ମଧ୍ୟରେ ଫାଟ, ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଲେ ଏମଏଲ ଖଟ୍ଟର
ନୂଆଦିଲ୍ଲୀ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟରେ ବିଜେପି ଏବଂ ଜେଜେପି (ଜନନାୟକ ଜନତା ପାର୍ଟି) ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହି ସମୟରେ ଖଟ୍ଟର ଆଜି ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଛନ୍ତି। ଖଟ୍ଟର ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ରାଜଭବନକୁ ଯାଇ ରାଜ୍ୟପାଳ ବନ୍ଦାରୁ ଦତ୍ତତ୍ରେୟଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିଛନ୍ତି ଏବଂ ରାଜ୍ୟପାଳ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ତେବେ ବିଜେପି […]
ନୂଆଦିଲ୍ଲୀ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟରେ ବିଜେପି ଏବଂ ଜେଜେପି (ଜନନାୟକ ଜନତା ପାର୍ଟି) ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହି ସମୟରେ ଖଟ୍ଟର ଆଜି ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଛନ୍ତି। ଖଟ୍ଟର ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ରାଜଭବନକୁ ଯାଇ ରାଜ୍ୟପାଳ ବନ୍ଦାରୁ ଦତ୍ତତ୍ରେୟଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିଛନ୍ତି ଏବଂ ରାଜ୍ୟପାଳ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ତେବେ ବିଜେପି ନେତା କନୱର ପାଲ୍ ଗୁରଜରଙ୍କ ଅନୁଯାୟୀ ଖଟ୍ଟର ପୁଣିଥରେ ହରିୟାଣଶା ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ନେଇପାରନ୍ତି। ବିଜେପି ୬ ସ୍ବାଧୀନ ବିଧାୟକ ଏବଂ ଏଚଏଲପି (ହରିୟାଣଶ ଲୋକହିତ ପାର୍ଟି)ର ଜଣେ ବିଧାୟକଙ୍କ ସମର୍ଥନରେ ନୂଆ ସରକାର ଗଠନ କରିବ। ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପିର ୪୧ ବିଧାୟକ ଥିବାବେଳେ କଂଗ୍ରେସର ୩୦ ଏବଂ ଜେଜେପିର ୧୦ ଜଣ ବିଧାୟକ ଅଛନ୍ତି। ୭ ଜଣ ସ୍ବାଧୀନ ବିଧାୟକ ଥିବାବେଳେ ଆଇଏନଏଲଡି ( ଇଣ୍ଡିଆନ ନେସନାଲ ଲୋକ ଦଳ) ଏବଂ ଏଚଏଲ୍ପିରୁ ଜଣେ ଲେଖାଏଁ ବିଧାୟକ ଅଛନ୍ତି। ରାଜ୍ୟରେ ମେଣ୍ଟ ସରକାର ଗଠନ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନକୁ ନେଇ ବିଜେପି ଏବଂ ଜେଜେପି ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବାବେଳେ ଏହି ସମୟରେ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନରେ ବିଜେପି ସମସ୍ତ ୧୦ ଲୋକସଭା ଆସନରେ ଜିତିଥିଲା। ୨୦୧୯ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ନିକଟରେ ଆବଶ୍ୟକ ସଂଖ୍ୟା କମିଯିବାରୁ ବିଜେପି ଏବଂ ଜେଜେପି ମେଣ୍ଟ ସରକାର ଗଠନ ହୋଇଥିଲା।




