ହରିୟାଣାରେ ବିଜେପିକୁ ଝଟକା, କଂଗ୍ରେସରେ ଯୋଗ ଦେଲେ ହିସାର ସାଂସଦ ବ୍ରିଜେନ୍ଦ୍ର ସିଂହ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ମାତ୍ର କିଛି ସପ୍ତାହ ପୂର୍ବରୁ ହରିୟାଣାରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ହରିୟାଣାର ହିସାର ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂହ ଆଜି ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବା ସହ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଆଜି ବ୍ରିଜେନ୍ଦ୍ର ସିଂହ କଂଗ୍ରେସରେ ଯୋଗ ଦେଇଛନ୍ତି। ବ୍ରିଜେନ୍ଦ୍ର ସିଂହ କହିଛନ୍ତି, ରାଜନୈତିକ ଏବଂ ଭିନ୍ନ ବିଚାରଧାରା କାରଣ ପାଇଁ ମୁଁ ବିଜେପି ଛାଡ଼ିଲି। […]

Samaya Live Picture
Published On

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ମାତ୍ର କିଛି ସପ୍ତାହ ପୂର୍ବରୁ ହରିୟାଣାରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ହରିୟାଣାର ହିସାର ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂହ ଆଜି ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବା ସହ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଆଜି ବ୍ରିଜେନ୍ଦ୍ର ସିଂହ କଂଗ୍ରେସରେ ଯୋଗ ଦେଇଛନ୍ତି। ବ୍ରିଜେନ୍ଦ୍ର ସିଂହ କହିଛନ୍ତି, ରାଜନୈତିକ ଏବଂ ଭିନ୍ନ ବିଚାରଧାରା କାରଣ ପାଇଁ ମୁଁ ବିଜେପି ଛାଡ଼ିଲି। ଚାଷୀ ପ୍ରସଙ୍ଗଠାରୁ ଆରମ୍ଭ କରି ଅଗ୍ନିବୀର ଏବଂ ରେସଲର ଆନ୍ଦୋଳନ ପ୍ରସଙ୍ଗରେ ମୁଁ ଭିନ୍ନ ମତ ରଖିଥିଲି। କଂଗ୍ରେସ ପରିବାରରେ ଯୋଗ ଦେଇ ମୁଁ ଖୁବ୍ ଖୁସି ବୋଲି ସେ କହିଛନ୍ତି। ଦଳରେ ବ୍ରିଜେନ୍ଦ୍ର ସିଂହଙ୍କ ଔପଚାରିକ ପ୍ରବେଶ ସମୟରେ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ, ମୁକୁଲ ୱାସନିକ ଏବଂ ଦୀପକ ବବରିଆ ଉପସ୍ଥିତ ଥିଲେ। ତେବେ କଂଗ୍ରେସ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅମଲାରୁ ରାଜନେତା ହୋଇଥିବା ବ୍ରିଜେଶ ସିଂହ ଆଗାମୀ ଲୋକସଭା ନିର୍ବାଚନ ପାଇଁ ହିସାରରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି। ଆଜି ଦଳ ଛାଡ଼ିବାପରେ ବ୍ରିଜେଶ ସିଂହ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ବିଭିନ୍ନ ବାଧ୍ୟତାମୂଳକ ରାଜନୈତିକ କାରଣ ପାଇଁ ମୁଁ ଆଜି ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଲି। ହିସାରରୁ ସାଂସଦ ଭାବେ ଲୋକମାନଙ୍କର ସେବା କରିବାପାଇଁ ମତେ ସୁଯୋଗ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି।

Tags: