ହରିୟାଣାରେ ଧାର୍ମିକ ଶୋଭାଯାତ୍ରା ବେଳେ ହିଂସା, ଗୁଳିମାଡ଼ରେ ୨ ହୋମଗାର୍ଡଙ୍କ ସମେତ ୪ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ହରିୟାଣାର ନୁହରେ ସୋମବାର ଦିନ ଏକ ଧାର୍ମିକ ଶୋଭାଯାତ୍ରା ସମୟରେ ୨ ଗୋଷ୍ଠୀ ମଧ୍ୟରେ ପ୍ରବଳ ସଂଘର୍ଷ ହେବାସହ ହିଂସା ଉପୁଜିଛି। ଏହି ହିଂସା ଘଟଣାରେ ୨ ଜଣ ହୋମଗାର୍ଡଙ୍କ , ଜଣେ ସାଧାରଣ ଲୋକ ଏବଂ ଜଣେ ଇମାମଙ୍କର ମୃତ୍ୟୁ ହୋଇଛି। ପାଖାପାଖି ୧୨ ଜଣ ପୁଲିସ ଆହତ ହୋଇଛନ୍ତି। ୮ ଆହତ ପୁଲିସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନାନୁଯାୟୀ ହରିୟାଣାର ମୁସଲିମ ବହୁଳ ଅଞ୍ଚଳ ନୁହରେ ବିଶ୍ବ ହିନ୍ଦୁ ପରିଷଦ […]
ନୂଆଦିଲ୍ଲୀ : ହରିୟାଣାର ନୁହରେ ସୋମବାର ଦିନ ଏକ ଧାର୍ମିକ ଶୋଭାଯାତ୍ରା ସମୟରେ ୨ ଗୋଷ୍ଠୀ ମଧ୍ୟରେ ପ୍ରବଳ ସଂଘର୍ଷ ହେବାସହ ହିଂସା ଉପୁଜିଛି। ଏହି ହିଂସା ଘଟଣାରେ ୨ ଜଣ ହୋମଗାର୍ଡଙ୍କ , ଜଣେ ସାଧାରଣ ଲୋକ ଏବଂ ଜଣେ ଇମାମଙ୍କର ମୃତ୍ୟୁ ହୋଇଛି। ପାଖାପାଖି ୧୨ ଜଣ ପୁଲିସ ଆହତ ହୋଇଛନ୍ତି। ୮ ଆହତ ପୁଲିସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନାନୁଯାୟୀ ହରିୟାଣାର ମୁସଲିମ ବହୁଳ ଅଞ୍ଚଳ ନୁହରେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ବ୍ରିଜ ମଣ୍ଡଳ ଜଳାଭିଷେକ ଯାତ୍ରା ଚାଲିଥିବାବେଳେ ହଠାତ୍ କିଛି ଯୁବଗୋଷ୍ଠୀ ଆସି ଏହି ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିଥିଲେ। ବିଜେପି ଜିଲ୍ଲା ସଭାପତି ଗାର୍ଗି କକ୍କରଙ୍କ ତତ୍ତ୍ବାବଧାନରେ ଗୁରୁଗ୍ରାମର ସିଭିଲ ଲାଇନ୍ସରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ତେବେ ନୁହର ଖେଡ଼ଲା ମୋଡ଼ ନିକଟରେ କିଛି ଯୁବଗୋଷ୍ଠୀ ଆସି ଶୋଭାଯାତ୍ରାକୁ ଅଟକାଇଥିଲେ ଏବଂ ପଥର ମାଡ଼ ଆରମ୍ଭ କରିଦେଇଥିଲେ। ଫଳରେ ଶୋଭାଯାତ୍ରାରେ ଥିବା ସଦସ୍ୟମାନେ ମଧ୍ୟ ଉକ୍ତ ଯୁବଗୋଷ୍ଠୀଙ୍କ ଉପରକୁ ପଥର ମାଡ଼ କରିଥିଲେ। ଉକ୍ତ ଖବର ପ୍ରସାରିତ ହେବାପରେ ଗୁରୁଗ୍ରାମ ଜିଲ୍ଲାର ସୋହ୍ନା ଅଞ୍ଚଳରେ ମଧ୍ୟ ହିଂସା ଉପୁଜିଛି। ବିଶୃଙ୍ଖଳ ଜନତା ଗାଡ଼ି ଏବଂ ଦୋକାନ ଜାଳି ଦେଇଛନ୍ତି। ପୁଲିସ ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବାପାଇଁ ଲୁହବୁହା ବାଷ୍ଫ ପ୍ରୟୋଗ କରିଥିଲା। ହିଂସା ଘଟଣାରେ ଶତାଧିକ ଲୋକ ଆହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବଲ୍ଲଭଗଡ଼ରେ ଜଣେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ଭିଡିଓ ପୋଷ୍ଟ୍ ପାଇଁ ଏହି ହିଂସା ହୋଇଥିବା ଜଣାପଡ଼ିଛି। ଉକ୍ତ ଘଟଣା ପରେ ନୁହରେ ଆସନ୍ତାକାଲି ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।
ନୁହର ଗୋରଖନାଥ ମନ୍ଦିର ଉପରେ ବିଶୃଙ୍ଖଳ ଜନତା ଆକ୍ରମଣ କରିଛନ୍ତି। ବିଶୃଙ୍ଖଳ ଜନତା ମଧ୍ୟ ମନ୍ଦିର ପୁରୋହିତଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହାପରେ ସୋମବାର ରାତିରେ ଗୁରୁଗ୍ରାମର ସେକ୍ଟର ୫୬ରେ ଏକ ନିର୍ମାଣାଧୀନ ମସଜିଦରେ ଆକ୍ରମଣ ହୋଇଥିଲେ। ୩ରୁ ୪ ଜଣ ବ୍ୟକ୍ତି ମସଜିଦର ଇମାମ ମହମ୍ମଦ ସାଦଙ୍କ ଉପରେ ଆକ୍ରମଣ କରିଥିଲେ। ଇମାମଙ୍କର ଉକ୍ତ ଘଟଣାରେ ମୃତ୍ୟୁୃ ହୋଇଛି। ହରିୟାଣା ସରକାରୀ ଅଧିକାରୀଙ୍କ ଅନୁଯାୟୀ ନୁହରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ୧୩ କମ୍ପାନି ଅର୍ଦ୍ଧସାମରିକ ବଳ ମୁତୟନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ହରିୟାଣାର ଗୃହ ମନ୍ତ୍ରୀ ଅନିଲ ବିଜ ସମସ୍ତଙ୍କୁ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଛନ୍ତି।




