ହରିଦ୍ୱାରରେ ଇଟାଭାଟି କାନ୍ଥ ଭୁଶୁଡ଼ି ୬ ଶ୍ରମିକଙ୍କ ମୃତ୍ୟୁ
ହରିଦ୍ବାର: ଉତ୍ତରାଖଣ୍ଡ ହରିଦ୍ୱାରର ଲହବୋଲି ଗ୍ରାମରେ ମଙ୍ଗଳବାର ସକାଳେ ଏକ ଇଟାଭାଟିର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୬ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଘଟଣା ପରେ ବରିଷ୍ଠ ଆରକ୍ଷୀ ଅଧୀକ୍ଷକ (ଏସ୍ଏସ୍ପି) ପ୍ରମେନ୍ଦ୍ର ଡୋଭାଲଙ୍କ ସମେତ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାରେ ମାଜିଷ୍ଟ୍ରେଟ୍ ସ୍ତରୀୟ […]
ହରିଦ୍ବାର: ଉତ୍ତରାଖଣ୍ଡ ହରିଦ୍ୱାରର ଲହବୋଲି ଗ୍ରାମରେ ମଙ୍ଗଳବାର ସକାଳେ ଏକ ଇଟାଭାଟିର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୬ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଘଟଣା ପରେ ବରିଷ୍ଠ ଆରକ୍ଷୀ ଅଧୀକ୍ଷକ (ଏସ୍ଏସ୍ପି) ପ୍ରମେନ୍ଦ୍ର ଡୋଭାଲଙ୍କ ସମେତ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାରେ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।




