ହମ୍ପ୍ସ ପାଇଁ ମୃତ ବ୍ୟକ୍ତିଙ୍କ ଜୀବନ ଫେରିଲା !
କୋହ୍ଲାପୁର: ଦୁର୍ଘଟଣା କମାଇବାକୁ ହମ୍ପ୍ସ ନିର୍ମାଣ କରାଯାଇଥାଏ। ତେବେ ଅନେକ ସମୟରେ ଏହି ହମ୍ପ୍ସ ଦୁର୍ଘଟଣା କମାଇବା ପରିବର୍ତ୍ତେ ବଢ଼ାଇଥାଏ। କିନ୍ତୁ ଏକ ହମ୍ପ୍ସ ଯେ ଜଣେ ମୃତ ବ୍ୟକ୍ତିର ଜୀବନ ଫେରାଇଦେବ, ସେକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କଥାଟି ସତ। ପଶ୍ଚିମ ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲା କାସବା-ବାୱଡାର ବାସିନ୍ଦା ପାଣ୍ଡୁରଙ୍ଗ ଉଲପି (୬୫) ଗତ ଡିସେମ୍ବର ୧୬ରେ ହୃଦ୍ଘାତର ଶିକାର ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। […]
କୋହ୍ଲାପୁର: ଦୁର୍ଘଟଣା କମାଇବାକୁ ହମ୍ପ୍ସ ନିର୍ମାଣ କରାଯାଇଥାଏ। ତେବେ ଅନେକ ସମୟରେ ଏହି ହମ୍ପ୍ସ ଦୁର୍ଘଟଣା କମାଇବା ପରିବର୍ତ୍ତେ ବଢ଼ାଇଥାଏ। କିନ୍ତୁ ଏକ ହମ୍ପ୍ସ ଯେ ଜଣେ ମୃତ ବ୍ୟକ୍ତିର ଜୀବନ ଫେରାଇଦେବ, ସେକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କଥାଟି ସତ। ପଶ୍ଚିମ ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲା କାସବା-ବାୱଡାର ବାସିନ୍ଦା ପାଣ୍ଡୁରଙ୍ଗ ଉଲପି (୬୫) ଗତ ଡିସେମ୍ବର ୧୬ରେ ହୃଦ୍ଘାତର ଶିକାର ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ହସ୍ପିଟାଲ୍ରୁ ଉଲପିଙ୍କ ମୃତଦେହ ନେଇ ଏକ ଆମ୍ବୁଲାନ୍ସ ଫେରୁଥିଲା। ଘର ନିକଟରେ ଶୋକସନ୍ତପ୍ତ ପରିବାର ସଦସ୍ୟ, ସମ୍ପର୍କୀୟମାନେ ଅପେକ୍ଷା କରି ରହିଥିଲେ ଏବଂ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। କିନ୍ତୁ ରାସ୍ତାରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ରାସ୍ତା ଉପରେ ଥିବା ଏକ ହମ୍ପ୍ସରେ ଧକ୍କା ଦେଇ ଦ୍ରୁତଗତିରେ ଆସୁଥିବା ଆମ୍ବୁଲାନ୍ସଟି ସାଂଘାତିକ ଭାବେ ଥରି ଉଠିଥିଲା। କିନ୍ତୁ ଏହି ଧକ୍କା ମୃତ ଉଲପିଙ୍କୁ ଜୀବନ ଦେଇଥିଲା। ଉଲପିଙ୍କ ପତ୍ନୀ କହିଛନ୍ତି, ଏହାପରେ ତାଙ୍କ ସ୍ବାମୀଙ୍କ ନିଶ୍ଚଳ ଶରୀରରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ହାତର ଅଙ୍ଗୁଳିଗୁଡ଼କ ଉଠାଇଥିଲେ। ପରେ ତାଙ୍କୁ ଆଉ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ୧୫ ଦିନ ରହିବା ପରେ ସୋମବାର ସେ ଘରକୁ ଜୀବିତ ଓ ସୁସ୍ଥ ହୋଇ ଫେରିଛନ୍ତି।




