ହମାସ ରାଜନୈତିକ ମୁଖ୍ୟଙ୍କ ଘରେ ଇସ୍ରାଏଲ ସେନାର ବୋମାମାଡ଼

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦାବି ଅନୁଯାୟୀ ଆଇଡିଏଫର ଏକ ଲଢୁଆ ଯୁଦ୍ଧ ବିମାନ ଗାଜା ଷ୍ଟ୍ରିପ୍ରେ ଥିବା ହମାସର ପଲିଟିକାଲ ବ୍ୟୁରୋ ମୁଖ୍ୟ (ରାଜନୈତିକ ମୁଖ୍ୟ) ଇସମାଇଲ ହାନିୟେହ ଘର ଉପରେ ଆକ୍ରମଣ କରିଛି। ଆଇଡିଏଫ କହିଛି ଯେ ଏହି ଗୃହ ଆତଙ୍କବାଦୀମାନଙ୍କର ଏକ ବଡ଼ ଭିତ୍ତିଭୂମି ଥିଲା। ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ଆକ୍ରମଣ ପାଇଁ ହମାସର ବରିଷ୍ଠ ନେତାମାନେ ଏହି ଘରକୁ ଏକ ମିଟିଂ ପଏଣ୍ଟ ଭାବରେ ବ୍ୟବହାର କରିବା ସହ ଆକ୍ରମଣର […]

Samaya Live Picture
Published On

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦାବି ଅନୁଯାୟୀ ଆଇଡିଏଫର ଏକ ଲଢୁଆ ଯୁଦ୍ଧ ବିମାନ ଗାଜା ଷ୍ଟ୍ରିପ୍ରେ ଥିବା ହମାସର ପଲିଟିକାଲ ବ୍ୟୁରୋ ମୁଖ୍ୟ (ରାଜନୈତିକ ମୁଖ୍ୟ) ଇସମାଇଲ ହାନିୟେହ ଘର ଉପରେ ଆକ୍ରମଣ କରିଛି। ଆଇଡିଏଫ କହିଛି ଯେ ଏହି ଗୃହ ଆତଙ୍କବାଦୀମାନଙ୍କର ଏକ ବଡ଼ ଭିତ୍ତିଭୂମି ଥିଲା। ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ଆକ୍ରମଣ ପାଇଁ ହମାସର ବରିଷ୍ଠ ନେତାମାନେ ଏହି ଘରକୁ ଏକ ମିଟିଂ ପଏଣ୍ଟ ଭାବରେ ବ୍ୟବହାର କରିବା ସହ ଆକ୍ରମଣର ନକ୍ସା ପ୍ରସ୍ତୁତ କରୁଥିଲେ। ଏହା ପୂର୍ବରୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗାଜାର ଅଲ ଶିଫା ହସ୍ପିଟାଲରେ ଅସ୍ତ୍ରଶସ୍ତ୍ର ଥିବାର ଏକ ଭିଡିଓ ସେୟାର କରିଥିଲା। ଏକ୍ସରେ ପୋଷ୍ଟ କରାଯାଇଥିବା ଭିଡିଓରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ)ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଜୋନାଥନ କନରିକସ୍ ଅଲ-ଶିଫା ହସ୍ପିଟାଲର ଏମଆରଆଇ ବିଲ୍ଡିଂ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି।

Tags: