ହମାସ ମୂଳୋତ୍ପାଟନ ହେବା ଉଚିତ : ଆମେରିକା ବିଦେଶ ସଚିବ

ନୂଆଦିଲ୍ଲୀ : ଆମେରିକା ବିଦେଶ ସଚିମ ମା‌ର୍କୋ ରୁବିଓ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ ଯୁଦ୍ଧକୁ ସମର୍ଥନ କରି କହିଛନ୍ତି, ଆତଙ୍କବାଦୀ ସଂଗଠନ ହମାସ ମୂଳ‌ୋତ୍ପାଟନ ହେବା ଉଚିତ। ଇସ୍ରାଏଲ ଏବଂ ହମାସ ମଧ୍ୟ‌ରେ ଏବେ ସାମୟିକ ଯୁଦ୍ଧବିରତି ଚାଲିଥିବା ବେଳେ ମା‌ର୍କୋ ରୁବିଓଙ୍କର ଏହି ଟିପ୍ପଣୀକୁ ନେଇ ପୁଣିଥରେ ଦ୍ବନ୍ଦ୍ବ ବଢ଼ିଛି। ରୁବିଓ ଜେରୁଜେଲମ୍‌ ଗସ୍ତରେ ଥିବାବେଳେ ରବିବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି। ପାଲେଷ୍ଟିନୀୟ ଲୋକଙ୍କୁ ଗାଜାରୁ ସ୍ଥାନାନ୍ତର କରି ଏହାକୁ ଆମେରିକାର ନିୟନ୍ତ୍ରଣରେ ପୁନଃବିକାଶ […]

ହମାସ ମୂଳୋତ୍ପାଟନ ହେବା ଉଚିତ : ଆମେରିକା ବିଦେଶ ସଚିବ
Samaya Live Picture
Published On

ନୂଆଦିଲ୍ଲୀ : ଆମେରିକା ବିଦେଶ ସଚିମ ମା‌ର୍କୋ ରୁବିଓ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ ଯୁଦ୍ଧକୁ ସମର୍ଥନ କରି କହିଛନ୍ତି, ଆତଙ୍କବାଦୀ ସଂଗଠନ ହମାସ ମୂଳ‌ୋତ୍ପାଟନ ହେବା ଉଚିତ। ଇସ୍ରାଏଲ ଏବଂ ହମାସ ମଧ୍ୟ‌ରେ ଏବେ ସାମୟିକ ଯୁଦ୍ଧବିରତି ଚାଲିଥିବା ବେଳେ ମା‌ର୍କୋ ରୁବିଓଙ୍କର ଏହି ଟିପ୍ପଣୀକୁ ନେଇ ପୁଣିଥରେ ଦ୍ବନ୍ଦ୍ବ ବଢ଼ିଛି। ରୁବିଓ ଜେରୁଜେଲମ୍‌ ଗସ୍ତରେ ଥିବାବେଳେ ରବିବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି। ପାଲେଷ୍ଟିନୀୟ ଲୋକଙ୍କୁ ଗାଜାରୁ ସ୍ଥାନାନ୍ତର କରି ଏହାକୁ ଆମେରିକାର ନିୟନ୍ତ୍ରଣରେ ପୁନଃବିକାଶ କରିବାପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଇଥିବା ପ୍ରସ୍ତାବକୁ ଆରବ ନେତାମାନେ ବିରୋଧ କରିପାରନ୍ତି। ନେତାନ୍ୟାହୁ ଏହି ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ଏବଂ କହିଛନ୍ତି ଯେ ଗାଜା ଭବିଷ୍ୟତ ପାଇଁ ତାଙ୍କର ଏବଂ ଟ୍ରମ୍ପଙ୍କର ଏକ ସାଧାରଣ ରଣନୀତି ରହିଛି। ସେ କହିଛନ୍ତି, ଯଦି ହମାସ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ ନକରେ ତେବେ ନର୍କର ଦ୍ବାର ଖୋଲିଯିବ। ରୁବିଓ କହିଛନ୍ତି, ହମାସ ଏକ ଆତଙ୍କବାଦୀ ଏବଂ ସରକାରୀ ବାହିନୀ ଭାବେ ଏକତ୍ର ଚାଲିପାରିବନି।

Tags: