ହମାସ ବିରୋଧରେ ‘ଅପରେସନ୍ ଆଇରନ ସୋର୍ଡ୍ସ’ ଘୋଷଣା କଲା ଇସ୍ରାଏଲ
ନୂଆଦିଲ୍ଲୀ : ହମାସ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣ ପରେ ଇସ୍ରାଏଲ ପ୍ରଥମେ ଯୁଦ୍ଧ ସ୍ଥିତି ଘୋଷଣା କରିବାପରେ ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ ‘ଅପରେସନ୍ ଆଇରନ୍ ସୋର୍ଡ୍ସ’ ଘୋଷଣା କରିଛି। ଗାଜା ଷ୍ଟ୍ରିପ୍ର ବିଭିନ୍ନ ସ୍ଥାନରେ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ୍କୁ ଟାର୍ଗେଟ୍ କରି ଇସ୍ରାଏଲ ବାୟୁସେନା ଅନେକ ଯୁଦ୍ଧ ଜାହାଜରୁ ଆକ୍ରମଣ କରିଛି। ଇସ୍ରାଏଲ ସାମରିକ ମୁଖ୍ୟାଳୟରେ ସୁରକ୍ଷା କ୍ୟାବିନେଟ୍ ବୈଠକ ରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ କହିଛନ୍ତି,ହମାସ ଇସ୍ରାଏଲ ଉପରେ ଆକ୍ରମଣ […]
ନୂଆଦିଲ୍ଲୀ : ହମାସ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣ ପରେ ଇସ୍ରାଏଲ ପ୍ରଥମେ ଯୁଦ୍ଧ ସ୍ଥିତି ଘୋଷଣା କରିବାପରେ ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ ‘ଅପରେସନ୍ ଆଇରନ୍ ସୋର୍ଡ୍ସ’ ଘୋଷଣା କରିଛି। ଗାଜା ଷ୍ଟ୍ରିପ୍ର ବିଭିନ୍ନ ସ୍ଥାନରେ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ୍କୁ ଟାର୍ଗେଟ୍ କରି ଇସ୍ରାଏଲ ବାୟୁସେନା ଅନେକ ଯୁଦ୍ଧ ଜାହାଜରୁ ଆକ୍ରମଣ କରିଛି। ଇସ୍ରାଏଲ ସାମରିକ ମୁଖ୍ୟାଳୟରେ ସୁରକ୍ଷା କ୍ୟାବିନେଟ୍ ବୈଠକ ରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ କହିଛନ୍ତି,ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ବହୁତ ବଡ଼ ଭୁଲ୍ କରିଦେଇଛି। ଗାଲ୍ଲାଣ୍ଟ କହିଛନ୍ତି, ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ଯୁଦ୍ଧ ଆରମ୍ଭ କଲା ଏବଂ ଇସ୍ରାଏଲ ଏହି ଯୁଦ୍ଧ ଜିତିବ। ହମାସ ଆକ୍ରମଣରେ ଜଣେ ଇସ୍ରାଏଲି ମେୟରଙ୍କ ମୃତ୍ୟୁ ହୋଇଛି।




