ହମାସ ଦ୍ବାରା ବର୍ବର ଆକ୍ରମଣର ଶିକାର ହୋଇଥିବା ଜର୍ମାନୀ ମହିଳାଙ୍କ ମର ଶରୀର ମିଳିଲା
ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍ ଉପରେ ବର୍ବର ଆକ୍ରମଣ କରିଥିବା ହମାସ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟମାନେ ଜର୍ମାନୀର ଜଣେ ଟାଟୁ ଆର୍ଟିଷ୍ଟଙ୍କୁ ଅପହରଣ କରିନେଇଥିଲେ। ଉକ୍ତ ଟାଟୁ ଆର୍ଟିଷ୍ଟଙ୍କ ନାଁ ଶାନି ଲୌକ। ତାଙ୍କର କିଛି ପତ୍ତା ମିଳୁନଥିଲା। ସେ କେଉଁଠାରେ ଅଛନ୍ତି ତାହା ଜାଣିବାପାଇଁ ତାଙ୍କ ମା’ ଅନୁରୋଧ କରିଥିଲେ। ଇସ୍ରାଏଲ ସରକାର ଆଜି ଶାନି ଲୌକଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ତାଙ୍କ ମୃତଦେହ ଚିହ୍ନଟ କରାଯାଇଥିବା ଇସ୍ରାଏଲ କହିଛି। ଉଲ୍ଲେଖଯୋଗ୍ୟ ଯେ […]
ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍ ଉପରେ ବର୍ବର ଆକ୍ରମଣ କରିଥିବା ହମାସ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟମାନେ ଜର୍ମାନୀର ଜଣେ ଟାଟୁ ଆର୍ଟିଷ୍ଟଙ୍କୁ ଅପହରଣ କରିନେଇଥିଲେ। ଉକ୍ତ ଟାଟୁ ଆର୍ଟିଷ୍ଟଙ୍କ ନାଁ ଶାନି ଲୌକ। ତାଙ୍କର କିଛି ପତ୍ତା ମିଳୁନଥିଲା। ସେ କେଉଁଠାରେ ଅଛନ୍ତି ତାହା ଜାଣିବାପାଇଁ ତାଙ୍କ ମା’ ଅନୁରୋଧ କରିଥିଲେ। ଇସ୍ରାଏଲ ସରକାର ଆଜି ଶାନି ଲୌକଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ତାଙ୍କ ମୃତଦେହ ଚିହ୍ନଟ କରାଯାଇଥିବା ଇସ୍ରାଏଲ କହିଛି। ଉଲ୍ଲେଖଯୋଗ୍ୟ ଯେ ସୁପରନୋଭା ସଂଗୀତ ଉତ୍ସବ ଉପରେ ହମାସ ଆକ୍ରମଣ ସମୟରେ ଲୌକ ସେଠାରେ ଉପସ୍ଥିତ ଥିଲେ। ତାଙ୍କର ଜଣେ ସମ୍ପର୍କୀୟ ସେ ନିଖୋଜ ହୋଇଯାଇଥିବା କହିଥିଲେ। ଇସ୍ରାଏଲ ସରକାର ଆଜି ଏକ ଟ୍ବିଟ୍ କରି କହିଛନ୍ତି, ସଙ୍ଗୀତ ଉତ୍ସବରୁ ଅପହୃତ ହୋଇଥିବା ଶାନିଙ୍କୁ ହମାସ ଆତଙ୍କବାଦୀମାନେ ଗାଜାରେ ନିର୍ମମ ନିର୍ଯାତନା ଦେଇ ପରେଡ୍ କରିଥିଲେ। ସେ ଅତି ବର୍ବର ଭୟାବହତାର ସାମ୍ନା କରିଥିଲେ। ଉକ୍ତ ଘଟଣାରେ ଆମ ହୃଦୟ ଭାଙ୍ଗି ଯାଇଛି।




