ହମାସ ଆକ୍ରମଣରେ ଇସ୍ରାଏଲ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ, ପରିବାରକୁ ଗୁଳିଫୁଟା ଶବ୍ଦର ରେକର୍ଡିଂ ପଠାଇଥିଲେ
ନୂଆଦିଲ୍ଲୀ : ଇସ୍ରାଏଲ- ହମାସ ଯୁଦ୍ଧ ଲାଗି ରହିଥିବାବେଳେ ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଇସ୍ରାଏଲୀ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ହେବା ପୂର୍ବରୁ ଇସ୍ରାଏଲର ଜଣେ ୨୨ ବର୍ଷୀୟା ପାରାମେଡିକ୍ କର୍ମଚାରୀଙ୍କର ତାଙ୍କ ପରିବାର ସହ ଶେଷ କଥାବାର୍ତ୍ତା ଲୋକଲୋଚନକୁ ଆସିଛି। ଇସ୍ରାଏଲୀ ଯୁବ ସ୍ବାସ୍ଥ୍ୟକର୍ମୀ ଅମିତ ମଞ୍ଜିଲ ଶନିବାର କିବୁଜ ବିରିସ୍ଥିତ କ୍ଳିନିକରେ ଆହତଙ୍କ ଚିକିତ୍ସା କରୁଥିବା ବେଳେ ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ସେ ତାଙ୍କ ଶେଷ […]
ନୂଆଦିଲ୍ଲୀ : ଇସ୍ରାଏଲ- ହମାସ ଯୁଦ୍ଧ ଲାଗି ରହିଥିବାବେଳେ ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଇସ୍ରାଏଲୀ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ହେବା ପୂର୍ବରୁ ଇସ୍ରାଏଲର ଜଣେ ୨୨ ବର୍ଷୀୟା ପାରାମେଡିକ୍ କର୍ମଚାରୀଙ୍କର ତାଙ୍କ ପରିବାର ସହ ଶେଷ କଥାବାର୍ତ୍ତା ଲୋକଲୋଚନକୁ ଆସିଛି। ଇସ୍ରାଏଲୀ ଯୁବ ସ୍ବାସ୍ଥ୍ୟକର୍ମୀ ଅମିତ ମଞ୍ଜିଲ ଶନିବାର କିବୁଜ ବିରିସ୍ଥିତ କ୍ଳିନିକରେ ଆହତଙ୍କ ଚିକିତ୍ସା କରୁଥିବା ବେଳେ ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ସେ ତାଙ୍କ ଶେଷ ବାର୍ତ୍ତାରେ ପରିବାରକୁ କହିଛନ୍ତି- ‘ସେମାନେ ଏଠିକି ଆସିଗଲେଣି…ମୁଁ ସେମାନଙ୍କ କବଳରୁ ବଞ୍ଚିପାରିବି ଓ ଏଠୁ ବାହାରିପାରିବି ବୋଲି ବିଶ୍ବାସ ହେଉନି। ତୁମମାନଙ୍କ ପ୍ରତି ମୋର ଭଲପାଇବା ଅତୁଟ ରହିବ।’ ହ୍ବାଟ୍ସଆପ ଚାଟ୍ରେ ଅମିତ ତାଙ୍କ ପରିବାର ଉଦ୍ଦେଶ୍ୟରେ ଲେଖିଥିବା ଶେଷବାର୍ତ୍ତା ଏବେ ସାମନାକୁ ଆସିଛି। ସେ ମଧ୍ୟ ଆତଙ୍କବାଦୀଙ୍କ ଗୁଳିଫୁଟା ଶବ୍ଦ ରେକର୍ଡିଂ କରି ତାଙ୍କ ପରିବାରକୁ ପଠାଇଥିଲେ।




