ହମାସ ଆକ୍ରମଣରେ ଇସ୍ରାଏଲରେ ୩୦୦ରୁ ଅଧିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିଛି। ଗାଜା ଷ୍ଟ୍ରିପ୍‌ରୁ କେନ୍ଦ୍ରୀୟ ଓ ଦକ୍ଷିଣ ଇସ୍ରାଏଲ୍‌ ଉପ‌ରେ ହମାସ୍‌ ଆତଙ୍କବାଦୀମାନେ ୫ ହଜାରରୁ ଅଧିକ ରକେଟ୍‌ ମାଡ଼ କରିଛନ୍ତି। ମାତ୍ର ୨୦ ମିନିଟ୍‌ ମଧ୍ୟରେ ଇସ୍ରାଏଲ୍‌ ଉପରେ ହଜାର ହଜାର ରକେଟ୍‌ ବର୍ଷା ହୋଇ ଯାଇଥିଲା। ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଏହି ଆକ୍ରମଣ ହୋଇଥିଲା। ଫଳରେ ଜଣେ ଇସ୍ରାଏଲରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୨୦୦୦ରୁ […]

Samaya Live Picture
Published On

ନୂଆଦିଲ୍ଲୀ: ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିଛି। ଗାଜା ଷ୍ଟ୍ରିପ୍‌ରୁ କେନ୍ଦ୍ରୀୟ ଓ ଦକ୍ଷିଣ ଇସ୍ରାଏଲ୍‌ ଉପ‌ରେ ହମାସ୍‌ ଆତଙ୍କବାଦୀମାନେ ୫ ହଜାରରୁ ଅଧିକ ରକେଟ୍‌ ମାଡ଼ କରିଛନ୍ତି। ମାତ୍ର ୨୦ ମିନିଟ୍‌ ମଧ୍ୟରେ ଇସ୍ରାଏଲ୍‌ ଉପରେ ହଜାର ହଜାର ରକେଟ୍‌ ବର୍ଷା ହୋଇ ଯାଇଥିଲା। ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଏହି ଆକ୍ରମଣ ହୋଇଥିଲା। ଫଳରେ ଜଣେ ଇସ୍ରାଏଲରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୨୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକଙ୍କ ଅବସ୍ଥା ଗୁରୁତର ଅଛି। ଆକ୍ରମଣରେ ପାରାଗ୍ଲାଇଡରଙ୍କୁ ମଧ୍ୟ ବ୍ୟବହାର କରାଯାଇଛି। ହମାସ୍‌ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଏକ ଭିଡିଓ ବାର୍ତ୍ତା ଜାରି କରି ନେତାନ୍ୟାହୁ କହିଛନ୍ତି, ଆମେ ଏବେ ଯୁଦ୍ଧ ସ୍ଥିତିରେ ଅଛୁ। ଏହା ଅପରେସନ୍‌ ନୁହେଁ କି ଉତ୍ତେଜନା ନୁହେଁ। ଏହା ଯୁଦ୍ଧ ଏବଂ ଆମେ ଏହି ଯୁଦ୍ଧ ଜିତିବୁ। ଇସ୍ରାଏଲ ଏହାର ଶତ୍ରୁଠାରୁ ଅତି ଅପ୍ରତ୍ୟାଶିତ ମୂଲ୍ୟ ଆଦାୟ କରିବ ବୋଲି ନେତାନ୍ୟାହୁ ପ୍ରତିଜ୍ଞା କରିଛନ୍ତି । ଗାଜା ଷ୍ଟ୍ରିପ୍‌ରେ ମଧ୍ୟ ଇସ୍ରାଏଲ ବିମାନ ଆକ୍ରମଣ କରିଛି। ପ୍ରତିରକ୍ଷା ମନ୍ତ୍ରୀ ‌ୟୋଭ ଗାଲ୍ଲାଣ୍ଟ କହିଛନ୍ତି, ଇସ୍ରାଏଲ ବିରୋଧରେ ଯୁଦ୍ଧ ଆରମ୍ଭ କରି ହମାସ ମାରାତ୍ମକ ଭୁଲ୍‌ କରିଦେଇଛି। ଇସ୍ରାଏଲ ସେନା ସଦସ୍ୟମାନେ ସବୁ ସ୍ଥାନରେ ଶତ୍ରୁ ବିରୋଧରେ ଲଢ଼େଇ କରୁଛନ୍ତି ଏବଂ ସେମାନଙ୍କୁ ଏଭଳି ମସ୍ତବଡ଼ ଭୁଲ୍‌ର କଡ଼ା ଜବାବ ମିଳିବ ବୋଲି ଗାଲ୍ଲାଣ୍ଟ୍‌ କହିଛନ୍ତି। ଅନ୍ୟପକ୍ଷରେ ଆଜି ଅପରାହ୍ନରେ ଇସ୍ରାଏଲର ଜବାବୀ କାର୍ଯ୍ୟାନୁଷ୍ଠାନରେ ଗାଜାରେ ୨୩୦ରୁ ଅଧିକ ଲେକଙ୍କ ମୃତ୍ୟୁ ହୋଇଛି ଏବଂ ବ୍ୟାପକ କ୍ଷୟକ୍ଷତି ଘଟିଛି ବୋଲି ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଇସ୍ରାଏଲ ଗାଜା ଉପରେ ବିମାନ ଆକ୍ରମଣ ଜାରି ରଖିଥିବା ଜଣାପଡ଼ିଛି।
ହମାସ ଆତଙ୍କବାଦୀ ଇସ୍ରାଏଲରେ ଅନୁପ୍ରବେଶ କରିଛନ୍ତି ବୋଲି ଇସ୍ରାଏଲ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ର‌କେଟ୍‌ ଆକ୍ରମଣ ପରେ ଆତଙ୍କବାଦୀମାନେ ଇସ୍ରାଏଲର ଦକ୍ଷିଣ ସହରକୁ ମୋଟର ସାଇକେଲ୍‌, ଏସ୍‌ୟୁଭି ଏବଂ ପାରାଗ୍ଲାଇଡର ମାଧ୍ୟମରେ ପଶି ‌ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଆତଙ୍କବାଦୀମାନେ ରାସ୍ତାରେ ଯାଉଥିବା କାର୍‌କୁ ଟା‌ର୍ଗେଟ୍‌ କରି ନାଗରିକଙ୍କ ଉପରକୁ ଗୁଳିମାଡ଼ କରୁଛନ୍ତି। ଗାଜାରୁ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା କିଛି ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି ଯେ ହମାସ ଆତଙ୍କବାଦୀମାନେ ଏହି ଆକ୍ରମଣ ପରେ ଉତ୍ସବ ମନାଇ ଅନେକ ଇସ୍ରାଏଲି ସୈନିକଙ୍କ ମର ଶରୀରକୁ ରାସ୍ତାରେ ଘୋଷାଡ଼ୁଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲ ଗାଜା ଷ୍ଟ୍ରିପ୍‌ରେ ହମାସ ବିରୋଧରେ ‘ଅପରେସନ୍‌ ଆଇରନ ସୋର୍ଡ‌୍‌ସ’ ଘୋଷଣା କରଛି। ନାଗରିକଙ୍କୁ ସତର୍କ ରହିବାପାଇଁ ଏବଂ ଘରେ ରହିବାପାଇଁ ଇସ୍ରାଏଲ ସରକାର କହିଛନ୍ତି।

Tags: