ହମାସ୍‌ର ଶୀର୍ଷ ନେତା ଇସ୍‌ମାଇଲ ହାନିୟେହ ନିହତ

ତେହେରାନ: ହମାସ-ଇସ୍ରାଏଲ ଯୁଦ୍ଧ ଭିତରେ ଇରାନକୁ ଏକ ବହୁତ ବଡ଼ ଝଟ୍‌କା ଲାଗିଛି। ତେହେରାନରେ ହାମାସ୍‌ର ରାଜନୈତିକ ମୁଖ୍ୟ ଇସମାଇଲ ହାନିୟେହଙ୍କୁ ହତ୍ୟା କରାଯାଇଛି। ଇରାନ ରିଭୋଲ୍ୟୁସନାନି ଗାର୍ଡ କର୍ପସ (ଆଇଆରଜିସି) ପକ୍ଷରୁ କୁହାଯାଇଛି ଯେ ହାନିୟେହଙ୍କୁ ତାଙ୍କ ବାସଭବନରେ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କ ସହ ହତ୍ୟା କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଇରାନ ତଦନ୍ତ ଆରମ୍ଭ କରିଛି। ହାନିୟେହଙ୍କ ହତ୍ୟା ଅଭିଯୋଗ ଉପରେ ଇସ୍ରାଏଲ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ। ଗୋଲାନ ହାଇଟ୍ସ […]

Samaya Live Picture
Published On

ତେହେରାନ: ହମାସ-ଇସ୍ରାଏଲ ଯୁଦ୍ଧ ଭିତରେ ଇରାନକୁ ଏକ ବହୁତ ବଡ଼ ଝଟ୍‌କା ଲାଗିଛି। ତେହେରାନରେ ହାମାସ୍‌ର ରାଜନୈତିକ ମୁଖ୍ୟ ଇସମାଇଲ ହାନିୟେହଙ୍କୁ ହତ୍ୟା କରାଯାଇଛି। ଇରାନ ରିଭୋଲ୍ୟୁସନାନି ଗାର୍ଡ କର୍ପସ (ଆଇଆରଜିସି) ପକ୍ଷରୁ କୁହାଯାଇଛି ଯେ ହାନିୟେହଙ୍କୁ ତାଙ୍କ ବାସଭବନରେ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କ ସହ ହତ୍ୟା କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଇରାନ ତଦନ୍ତ ଆରମ୍ଭ କରିଛି। ହାନିୟେହଙ୍କ ହତ୍ୟା ଅଭିଯୋଗ ଉପରେ ଇସ୍ରାଏଲ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ। ଗୋଲାନ ହାଇଟ୍ସ ଉପରେ ହୋଇଥିବା ଆକ୍ରମଣର ଜବାବରେ ଇସ୍ରାଏଲ ସେନା ବିରୁଟରେ ହିଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡରଙ୍କୁ ନିପାତ କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି। ଅକ୍ଟୋବର ୭ ଆକ୍ରମଣ ପରଠାରୁ ଇସ୍ରାଏଲ ହାନିୟେହଙ୍କୁ ଟାର୍ଗେଟ୍‌ କରିଥିଲା। ଇରାନରେ ନିଜ ବାସଭବନରେ ହୋଇଥିବା ଆକ୍ରମଣରେ ନିହତ ହମାସର ଶୀର୍ଷ ନେତା ଇସ୍ମାଇଲ ହାନିୟେହ ପାଲେଷ୍ଟିନୀୟ ସଂଗଠନ ହମାସର ଅନ୍ତର୍ଜାତୀୟ କୂଟନୀତିର ଜଣେ ଚର୍ଚ୍ଚିତ ଚେହେରା ଥିଲେ। ୬୨ ବର୍ଷୀୟ ହାନିୟେହଙ୍କୁ ଯେଭଳି ହତ୍ୟା କରାଗଲା ତାହା ଇରାନର ଗୁଇନ୍ଦା ବିଫଳତାକୁ ସାମ୍ନାକୁ ଆଣିଛି। ହାନିୟେହ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ସାକ୍ଷାତ୍ କରିବାର ଦିନକ ପରେ ଏହି ହତ୍ୟାକାଣ୍ଡ ହୋଇଛି।

Tags: