ହମାସକୁ ଧ୍ବଂସ କରିବାପାଇଁ ଇସ୍ରାଏଲର ପ୍ରତିଜ୍ଞା
ନୂଆଦିଲ୍ଲୀ : ହମାସ ବର୍ବରତାର ଇସ୍ରାଏଲ କଡ଼ା ଜବାବ ଦେବାପାଇଁ ପ୍ରତିଜ୍ଞା କରିଛି। ନିରୀହ ଶିଶୁମାନଙ୍କୁ ହତ୍ୟା କରି ଜାଳିବା ସହ ଆକ୍ରମଣରେ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା ହମାସକୁ ଇସ୍ରାଏଲ ଧ୍ବଂସ କରିଦେବାପାଇଁ ଦୃଢ଼ ପ୍ରତିଜ୍ଞା କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇସ୍ରାଏଲରେ ଏକ ଇମର୍ଜେନ୍ସି ସରକାର ଏବଂ ଯୁଦ୍ଧ କ୍ୟାବିନେଟ୍ ଗଠନ କରିବାର ମାତ୍ର କିଛି ଘଣ୍ଟା ପରେ ଗାଜା ଉପରେ ଏକ ବଡ଼ ଧରଣର ଆକ୍ରମଣ ହେବାର ଆଗୁଆ ସଙ୍କେତ […]
ନୂଆଦିଲ୍ଲୀ : ହମାସ ବର୍ବରତାର ଇସ୍ରାଏଲ କଡ଼ା ଜବାବ ଦେବାପାଇଁ ପ୍ରତିଜ୍ଞା କରିଛି। ନିରୀହ ଶିଶୁମାନଙ୍କୁ ହତ୍ୟା କରି ଜାଳିବା ସହ ଆକ୍ରମଣରେ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା ହମାସକୁ ଇସ୍ରାଏଲ ଧ୍ବଂସ କରିଦେବାପାଇଁ ଦୃଢ଼ ପ୍ରତିଜ୍ଞା କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇସ୍ରାଏଲରେ ଏକ ଇମର୍ଜେନ୍ସି ସରକାର ଏବଂ ଯୁଦ୍ଧ କ୍ୟାବିନେଟ୍ ଗଠନ କରିବାର ମାତ୍ର କିଛି ଘଣ୍ଟା ପରେ ଗାଜା ଉପରେ ଏକ ବଡ଼ ଧରଣର ଆକ୍ରମଣ ହେବାର ଆଗୁଆ ସଙ୍କେତ ଦେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏକ ବିବୃତି ଜାରି କରି ନେତାନ୍ୟାହୁ କହିଛନ୍ତି, ପ୍ରତିଟି ହମାସ୍ ଆତଙ୍କବାଦୀ ହେଉଛନ୍ତି ଜଣେ ଜଣେ ମୃତ ବ୍ୟକ୍ତି। ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ ଏବଂ ବିରୋଧୀ ଦଳ ନେତା ବେନ୍ନି ଗାଣ୍ଟଜ ମଧ୍ୟ ହମାସଙ୍କୁ ଧ୍ବଂସ କରିବାର ପ୍ରତିଜ୍ଞା କରିଛନ୍ତି। ଗାଣ୍ଟଜ କହିଛନ୍ତି, ଯୁଦ୍ଧ ଏବଂ ଶାନ୍ତିର ଏକ ସମୟ ଥାଏ ଏବଂ ଏବେ ଏହା ଯୁଦ୍ଧର ସମୟ। ଗାଲ୍ଲାଣ୍ଟ କହିଛନ୍ତି, ଆମେ ସେମାନଙ୍କୁ ପୃଥିବୀ ପୃଷ୍ଠରୁ ପୋଛିଦେବୁ। ତେବେ ନେତାନ୍ୟାୟୁ , ଗାଲ୍ଲାଣ୍ଟ ଏବଂ ଗାଣ୍ଟ୍ଜଙ୍କ ଏଭଳି କଡ଼ା ଟିପ୍ପଣୀରୁ ଏହା ଜଣାପଡ଼ୁଛି ଯେ ସେମାନେ ଯୁଦ୍ଧର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରିବାପାଇଁ ପ୍ରସ୍ତୁତ ହେଉଛନ୍ତି। ଗାଜାରେ ପଶି ଇସ୍ରାଏଲ ଆକ୍ରମଣ ଆରମ୍ଭ କରିବ ବୋଲି ଉକ୍ତ ୩ ବରିଷ୍ଠ ନେତାଙ୍କ କଥାରୁ ସ୍ପଷ୍ଟ ହୋଇଯାଉଛି।




