ହନୁମାନ ମନ୍ଦିରରେ ପ୍ରାର୍ଥନା କଲେ ପ୍ରିୟଙ୍କା ଗାନ୍ଧୀ

ଶିମ୍ଲା: କର୍ଣ୍ଣାଟକରେ ଭୋଟ୍ ଗଣନା ଚାଲିଥିବା ବେଳେ ଆଜି ସକାଳେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶିମ୍ଲା ସ୍ଥିତ ଏକ ହନୁମାନ ମନ୍ଦିରକୁ ଯାଇ ପୂଜାଚ୍ଚର୍ନା କରିଛନ୍ତି। କଂଗ୍ରେସ ନେତାମାନଙ୍କ କହିବା ଅନୁଯାୟୀ ଦେଶ ଓ କର୍ଣ୍ଣାଟକ ରାଜ୍ୟରେ ଶାନ୍ତି ଓ ସମୃଦ୍ଧି ପାଇଁ ଶିମଲାର ଜାଖୁସ୍ଥିତ ହନୁମାନ ମନ୍ଦିରରେ ପ୍ରିୟଙ୍କା ପ୍ରାର୍ଥନା କରିଛନ୍ତି। ଅନ୍ୟପକ୍ଷେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ମଧ୍ୟ ହୁବାଲ୍ଲୀସ୍ଥିତ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି। ଯଦି ‘ବିଜେପି’ କ୍ଷମତାସୀନ […]

Samaya Live Picture
Published On

ଶିମ୍ଲା: କର୍ଣ୍ଣାଟକରେ ଭୋଟ୍ ଗଣନା ଚାଲିଥିବା ବେଳେ ଆଜି ସକାଳେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶିମ୍ଲା ସ୍ଥିତ ଏକ ହନୁମାନ ମନ୍ଦିରକୁ ଯାଇ ପୂଜାଚ୍ଚର୍ନା କରିଛନ୍ତି। କଂଗ୍ରେସ ନେତାମାନଙ୍କ କହିବା ଅନୁଯାୟୀ ଦେଶ ଓ କର୍ଣ୍ଣାଟକ ରାଜ୍ୟରେ ଶାନ୍ତି ଓ ସମୃଦ୍ଧି ପାଇଁ ଶିମଲାର ଜାଖୁସ୍ଥିତ ହନୁମାନ ମନ୍ଦିରରେ ପ୍ରିୟଙ୍କା ପ୍ରାର୍ଥନା କରିଛନ୍ତି। ଅନ୍ୟପକ୍ଷେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ମଧ୍ୟ ହୁବାଲ୍ଲୀସ୍ଥିତ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି। ଯଦି ‘ବିଜେପି’ କ୍ଷମତାସୀନ ହୁଏ ସେ ଦ୍ବିତୀୟ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶାପୋଷଣ କରିଛନ୍ତି। ଆଜି ସକାଳ ୮ଟା ବେଳେ କର୍ଣ୍ଣାଟକ ବିଧାନସଭା ଭୋଟ୍ ଗଣନା ଆରମ୍ଭ ହେବାର ଦେଢ଼ ଘଣ୍ଟା ପରେ କଂଗ୍ରେସ ସମୁଦାୟ ଆସନରୁ ଅର୍ଦ୍ଧାଧିକରେ ଅଗ୍ରଣୀ ଥିବା ଜଣାପଡ଼ିଥିଲା। କଂଗ୍ରେସ ନେତାମାନେ କହୁଛନ୍ତି ଯେ, ୨୨୪ ଆସନବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୩୦ରୁ ଊର୍ଦ୍ଧ୍ବ ଆସନରେ ବିଜୟୀ ହେବ।

Tags: