ହନିଟ୍ରାପ୍‌ର ଶିକାର ହେଲେ ୬୦ ବର୍ଷୀୟ ବ୍ୟକ୍ତି, ୮୨ ଲକ୍ଷ ଲୁଟିନେଲେ ୨ ମହିଳା

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ୬୦ ବର୍ଷୀୟ ବ୍ୟକ୍ତି ହନିଟ୍ରାପ୍‌ର ଶିକାର ହୋଇଛନ୍ତି। ୨ ଜଣ ମହିଳା ଉକ୍ତ ବ୍ୟକ୍ତିଙ୍କଠାରୁ ୮୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩ ଜଣ ହେଉଛନ୍ତି ରୀନା ଆନ୍ନାମ୍ମା (୪୦), ସ୍ନେହା (୩୦) ଏବଂ ସ୍ନେହାଙ୍କ ସ୍ବାମୀ ଲୋକେଶ (୨୬)। ଜୟନଗର ପୁଲିସରେ ଏନେଇ ଏକ ମାମଲା ରୁଜୁ ହୋଇଛି। ନରେଶ ( ପରିବର୍ତ୍ତିତ ନାମ)ଙ୍କ ଅଭିଯୋଗ ଅନୁଯାୟୀ […]

Samaya Live Picture
Published On

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ୬୦ ବର୍ଷୀୟ ବ୍ୟକ୍ତି ହନିଟ୍ରାପ୍‌ର ଶିକାର ହୋଇଛନ୍ତି। ୨ ଜଣ ମହିଳା ଉକ୍ତ ବ୍ୟକ୍ତିଙ୍କଠାରୁ ୮୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩ ଜଣ ହେଉଛନ୍ତି ରୀନା ଆନ୍ନାମ୍ମା (୪୦), ସ୍ନେହା (୩୦) ଏବଂ ସ୍ନେହାଙ୍କ ସ୍ବାମୀ ଲୋକେଶ (୨୬)। ଜୟନଗର ପୁଲିସରେ ଏନେଇ ଏକ ମାମଲା ରୁଜୁ ହୋଇଛି। ନରେଶ ( ପରିବର୍ତ୍ତିତ ନାମ)ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଆନ୍ନାମ୍ମା ସହ ଏପ୍ରିଲରେ ପରିଚୟ କରିଥିଲେ। ଆନ୍ନାମ୍ମାର ପୁଅ କର୍କଟରେ ପୀଡ଼ିତ ଥିବାରୁ ସେ ତାକୁ ଆର୍ଥିକ ସହଯୋଗ କରିବାକୁ କହିଥିଲେ। ନରେଶ ଏବଂ ଆନ୍ନାମ୍ମା ଏକ ହୋଟେଲରେ ଭେଟ ହୋଇଥିଲେ ଏବଂ ସେହିଦିନ ହିଁ ନରେଶ ଆନ୍ନାମ୍ମାକୁ ୫ ହଜାର ଦେଇଥିଲେ। ଏହାପରେ ଆନ୍ନାମା ନରେଶଙ୍କଠାରୁ ବିଭିନ୍ନ କାରଣ ଦର୍ଶାଇ ଟଙ୍କା ନେଲେ। ମେ’ ପ୍ରଥମ ସପ୍ତାହ‌ରେ ଆନ୍ନାମ୍ମା ନରେଶଙ୍କୁ ହୁସକୁର ଗେଟ୍‌ ସ୍ଥିତ ଏକ ହୋଟେଲକୁ ଡାକିଥିଲା। ଆନ୍ନାମା ତା’ ସହ ସମ୍ପର୍କ ରଖିବପାଇଁ ନରେଶଙ୍କୁ ବାଧ୍ୟ କରିଥିବା ସେ ଅଭିଯୋଗ କରିଛନ୍ତି। ଏହାପରେ ଆନ୍ନାମ୍ମା ତା’ର ଜଣେ ବନ୍ଧୁ ସ୍ନେହା ସହ ତାଙ୍କୁ ପରିଚୟ କରାଇଥିଲା। ସେ ମଧ୍ୟ ନରେଶଙ୍କଠାରୁ ଟଙ୍କା ନେଇଥିଲା। ଏହାପରେ ଆନ୍ନାମ୍ମା ଏବଂ ସ୍ନେହା ନରେଶଙ୍କୁ ଧମକ ଦେଇ ଟଙ୍କା ମାଗିଥିଲେ। ସେମାନେ ନରେଶଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଇଥିଲେ। ନରେଶଙ୍କୁ କିଛି ଭିଡିଓ ପଠାଇ ସେମାନେ ବ୍ଲାକମେଲ୍‌ କରିବା ଆରମ୍ଭ କରିଥିଲେ। ଶେଷରେ ନରେଶ ତାଙ୍କ ପ୍ରୋଭିଡେଣ୍ଟ୍‌ ଫଣ୍ଡରୁ ୮୨ ଲକ୍ଷ ଟଙ୍କା ଉଠାଇ ଆନ୍ନାମ୍ମା ଏବଂ ସ୍ନେହାକୁ ଦେଇଥିଲେ। ଯଦି ସେ ଏକଥା କାହାକୁ କହିଦେବେ ତେବେ ତାଙ୍କ ଝିଅକୁ ଦୁଷ୍କର୍ମ କରାଯିବ ବୋଲି ଧମକ ଦେଇଥିଲେ। ନରେଶ ଏଥିରେ ଭୟକରି କାହାକୁ କିଛି କହିନଥିଲେ। କିନ୍ତୁ ସେମାନେ କିଛି ଦିନ ପରେ ନରେଶଙ୍କଠାରୁ ଆଉ ୪୨ ଲକ୍ଷ ଦାବି କରିବାରୁ ନରେଶ ପୁଲିସରେ ଏତଲା ରୁଜୁ କରିଥିଲେ।

Tags: