ହତ୍ୟା ମାମଲାରେ ମୁଖତାର ଅନ୍ସାରୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ମୁଖତାର ଅନ୍ସାରୀଙ୍କୁ ଏକ ହତ୍ୟା ମାମଲାରେ ଆଜି ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ୨୦୧୦ ମସିହାର ହତ୍ୟା ମାମଲାରେ ଗାଜିପୁର ଏମ୍ପି/ଏମ୍ଏଲଏ କୋର୍ଟ ଆଜି ଅନ୍ସାରୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବତନ ବିଧାୟକ ଅନ୍ସାରୀଙ୍କୁ ଆହ୍ଲାବାଦ ହାଇକୋର୍ଟ ଗତ ସେପ୍ଟେମ୍ବର ୨୫ ତାରିଖରେ ଅନ୍ୟ ଏକ ମାମଲାରେ ଜାମିନ ମଂଜୁର କରିଥିଲେ ମଧ୍ୟ ତାଙ୍କ ବିରୋଧରେ ଏକାଧିକ ମାମଲା ଥିବାରୁ ସେ […]
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ମୁଖତାର ଅନ୍ସାରୀଙ୍କୁ ଏକ ହତ୍ୟା ମାମଲାରେ ଆଜି ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ୨୦୧୦ ମସିହାର ହତ୍ୟା ମାମଲାରେ ଗାଜିପୁର ଏମ୍ପି/ଏମ୍ଏଲଏ କୋର୍ଟ ଆଜି ଅନ୍ସାରୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବତନ ବିଧାୟକ ଅନ୍ସାରୀଙ୍କୁ ଆହ୍ଲାବାଦ ହାଇକୋର୍ଟ ଗତ ସେପ୍ଟେମ୍ବର ୨୫ ତାରିଖରେ ଅନ୍ୟ ଏକ ମାମଲାରେ ଜାମିନ ମଂଜୁର କରିଥିଲେ ମଧ୍ୟ ତାଙ୍କ ବିରୋଧରେ ଏକାଧିକ ମାମଲା ଥିବାରୁ ସେ ଏବେ ଜେଲ୍ରେ ଅଛନ୍ତି। ୨୦୦୯ରେ ପୁଲିସ ଅଫିସର କପିଳଦେବ ସିଂହଙ୍କୁ ହତ୍ୟା ମାମଲାରେ ଅନ୍ସାରୀଙ୍କୁ ଆଜି ୧୦ ବର୍ଷ ଜେଲ୍ ହୋଇଛି। ଏହି ସମାନ ବର୍ଷ ମଧ୍ୟ ଅନ୍ସାରୀ ଅନ୍ୟ ଜଣେ ପୁଲିସ ଅଫିସର ମୀର ହାନଙ୍କୁ ହଦ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ରେ ବାରଣାସୀ କୋର୍ଟ ମୁଖତାର ଅନ୍ସାରୀଙ୍କୁ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୫ ଥର ବିଧାୟକ ହୋଇଥିବା ମୁଖତାର ଅନ୍ସାରୀ ମଧ୍ୟ ୧୯୯୧ରେ ଜଣେ କଂଗ୍ରେସ ନେତାଙ୍କୁ ହତ୍ୟା କରିଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅନ୍ସାରୀଙ୍କ ବିରୋଧରେ ପ୍ରାୟ ୬୧ଟି ଅପରାଧିକ ମାମଲା ରହିଛି।




