ହତ୍ୟା ମାମଲାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଦାଦାଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ: ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ସିବିଆଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଦାଦା ୱାଇଏସ୍ ଭାସ୍କର ରେଡ୍ଡୀଙ୍କୁ ରବିବାର ଗିରଫ କରିଛି। ପୂର୍ବତନ ସାଂସଦ ରେଡ୍ଡୀଙ୍କୁ ୨୦୧୯ ମାର୍ଚ୍ଚ ୧୫ ତାରିଖ ରାତିରେ ପୁଲିଭେଣ୍ଡୁଲା ସ୍ଥିତ ତାଙ୍କ ବାସଭବନରେ ହତ୍ୟା କରାଯାଇଥିଲା। ଏହି ମାମଲାର ତଦନ୍ତ ପ୍ରଥମେ ଏସଆଇଟି କରୁଥିଲା ଓ ପରେ ୨୦୨୦ ଜୁଲାଇରେ ଏହା ସିବିଆଇକୁ ହସ୍ତାନ୍ତର କରିଥିଲା। ସିବିଆଇ ପ୍ରଥମେ ୨୦୨୧ ଅକ୍ଟୋବର ୨୬ରେ […]
ନୂଆଦିଲ୍ଲୀ: ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ସିବିଆଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଦାଦା ୱାଇଏସ୍ ଭାସ୍କର ରେଡ୍ଡୀଙ୍କୁ ରବିବାର ଗିରଫ କରିଛି। ପୂର୍ବତନ ସାଂସଦ ରେଡ୍ଡୀଙ୍କୁ ୨୦୧୯ ମାର୍ଚ୍ଚ ୧୫ ତାରିଖ ରାତିରେ ପୁଲିଭେଣ୍ଡୁଲା ସ୍ଥିତ ତାଙ୍କ ବାସଭବନରେ ହତ୍ୟା କରାଯାଇଥିଲା। ଏହି ମାମଲାର ତଦନ୍ତ ପ୍ରଥମେ ଏସଆଇଟି କରୁଥିଲା ଓ ପରେ ୨୦୨୦ ଜୁଲାଇରେ ଏହା ସିବିଆଇକୁ ହସ୍ତାନ୍ତର କରିଥିଲା। ସିବିଆଇ ପ୍ରଥମେ ୨୦୨୧ ଅକ୍ଟୋବର ୨୬ରେ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ୨୦୨୨ ଜାନୁଆରି ୩୧ରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ମାମଲାରେ ଭାସ୍କରଙ୍କ ପୁଅ ସହ ସାଂସଦ ଅବିନାଶ ରେଡ୍ଡୀ ଅନ୍ୟତମ ଅଭିଯୁକ୍ତ ଥିଲେ। ଗତ ଶୁକ୍ରବାର ଅବିନାଶଙ୍କ ସହଯୋଗୀ ଗଜଲା ରେଡ୍ଡୀଙ୍କୁ ପ୍ରମାଣ ନଷ୍ଟ ଅଭିଯୋଗରେ ସିବିଆଇ ଗିରଫ କରିଥିଲା।




