ହଣ୍ଡୁରାସରେ ବିମାନ ଦୁର୍ଘଟଣା, ୧୨ ମୃତ

ନୂଆଦିଲ୍ଲୀ: ଲାନ୍‌ସା ଏୟାରଲାଇନ୍ସର ଏକ ବିମାନ ଆଜି ଉଡ଼ାଣ ଆରମ୍ଭ କରିବା ସମୟରେ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ଫଳରେ ଏଥିରେ ବସିଥିବା ୧୮ ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଆଜି ଜୁଆନ୍‌ ମନଉଇ ଗାଲଭେଜ୍‌ ବିମାନବନ୍ଦନରୁ ବିମାନଟି ଯାତ୍ରା ଆରମ୍ଭ କରିବା ସମୟରେ ଏହା ଦୁର୍ଘଟଣାର ଶିକାର ହୋଇଛି। ରନ୍‌ୱେରୁ ବିମାନଟି ଡାହାଣକୁ ଦ୍ରୁତ ଗତିରେ ବୁଲିବାବେଳେ ଏହା ପାଣି ଭିତରେ ପଶି ଯାଇଥିଲା। ଦୁର୍ଘଟଣାର ପ୍ରକୃତ […]

Samaya Live Picture
Published On

ନୂଆଦିଲ୍ଲୀ: ଲାନ୍‌ସା ଏୟାରଲାଇନ୍ସର ଏକ ବିମାନ ଆଜି ଉଡ଼ାଣ ଆରମ୍ଭ କରିବା ସମୟରେ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ଫଳରେ ଏଥିରେ ବସିଥିବା ୧୮ ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଆଜି ଜୁଆନ୍‌ ମନଉଇ ଗାଲଭେଜ୍‌ ବିମାନବନ୍ଦନରୁ ବିମାନଟି ଯାତ୍ରା ଆରମ୍ଭ କରିବା ସମୟରେ ଏହା ଦୁର୍ଘଟଣାର ଶିକାର ହୋଇଛି। ରନ୍‌ୱେରୁ ବିମାନଟି ଡାହାଣକୁ ଦ୍ରୁତ ଗତିରେ ବୁଲିବାବେଳେ ଏହା ପାଣି ଭିତରେ ପଶି ଯାଇଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ସମୁଦ୍ର ମଧ୍ୟରେ ବମିାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ସୃଷ୍ଟି ହେଉଛି ବୋଲି ରୋଆତନ ଅଗ୍ନିଶମ ବିଭାଗ ମୁଖ୍ୟ ୱିଲ୍‌ମେର୍‌ ଗୁରେରୋ କହିଛନ୍ତି। ଅଗ୍ନିଶମ ବାହିନୀ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି। ଅନ୍ୟ ଜଣେ ଯାତ୍ରୀ ନିଖୋଜ ଅଛନ୍ତି।

Tags: