ସ୍ୱିଜରଲ୍ୟାଣ୍ଡରେ ଆତ୍ମହତ୍ୟା ପାଇଁ ‘ସୁଇସାଇଡ୍ ପଡ୍’ ବ୍ୟବହାର କରି ୪ ଗିରଫ

ଜୁରିଚ: ସ୍ବିଜରଲାଣ୍ଡରେ ଆତ୍ମହତ୍ୟା ପାଇଁ ସ୍ବତନ୍ତ୍ରଭାବେ ପ୍ରସ୍ତୁତ ଏକ ବଡ଼ ବାକ୍ସ ଆକାରର କ୍ୟାପ୍‌ସୁଲ ‘ସୁଇସାଇଡ୍‌ ପଡ୍‌’ ପ୍ରଥମ ଥର ପାଇଁ ବ୍ୟବହାର କରାଯିବା ପରେ ୪ ଜଣ ଲୋକଙ୍କୁ ଗିରଫ କରାଯାଇଛି। ଜର୍ମାନୀ ସୀମାରେ ଥିବା ସାଫହାଉସେନ ଉତ୍ତର କ୍ୟାଣ୍ଟନର ପୁଲିସ କହିଛି ଯେ ମେରିସହାଉସେନ ମ୍ୟୁନିସିପାଲିଟିର ଏକ କାଠରେ ତଥାକଥିତ ସାର୍କୋ କ୍ୟାପସୁଲ୍ ମୁତୟନ କରାଯାଇଥିଲା। ସାଫହାଉସେନର ପ୍ରସିକ୍ୟୁଟରମାନେ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା ଓ ସାହାଯ୍ୟ କରିବା ଅଭିଯୋଗରେ ଅନେକ ବ୍ୟକ୍ତିଙ୍କ ବିରୋଧରେ […]

Samaya Live Picture
Published On

ଜୁରିଚ: ସ୍ବିଜରଲାଣ୍ଡରେ ଆତ୍ମହତ୍ୟା ପାଇଁ ସ୍ବତନ୍ତ୍ରଭାବେ ପ୍ରସ୍ତୁତ ଏକ ବଡ଼ ବାକ୍ସ ଆକାରର କ୍ୟାପ୍‌ସୁଲ ‘ସୁଇସାଇଡ୍‌ ପଡ୍‌’ ପ୍ରଥମ ଥର ପାଇଁ ବ୍ୟବହାର କରାଯିବା ପରେ ୪ ଜଣ ଲୋକଙ୍କୁ ଗିରଫ କରାଯାଇଛି। ଜର୍ମାନୀ ସୀମାରେ ଥିବା ସାଫହାଉସେନ ଉତ୍ତର କ୍ୟାଣ୍ଟନର ପୁଲିସ କହିଛି ଯେ ମେରିସହାଉସେନ ମ୍ୟୁନିସିପାଲିଟିର ଏକ କାଠରେ ତଥାକଥିତ ସାର୍କୋ କ୍ୟାପସୁଲ୍ ମୁତୟନ କରାଯାଇଥିଲା। ସାଫହାଉସେନର ପ୍ରସିକ୍ୟୁଟରମାନେ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା ଓ ସାହାଯ୍ୟ କରିବା ଅଭିଯୋଗରେ ଅନେକ ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଓ ସେମାନଙ୍କୁ ଅଟକ ରଖାଯାଇଛି। କ୍ୟାପସୁଲ ପଛରେ ଥିବା ଗୋଷ୍ଠୀ ‘ଦ ଲାଷ୍ଟ ରିସୋର୍ଟ’ର ମୁଖପାତ୍ର କହିଛନ୍ତି ଯେ ମୃତକ ଜଣକ ଜଣେ ୬୪ ବର୍ଷୀୟ ଆମେରିକୀୟ ମହିଳା, ଯିଏ କି ରୋଗ ପ୍ରତିରୋଧକ ଶକ୍ତି ନଷ୍ଟଜନିତ ରୋଗରେ ଗୁରୁତର ଭାବେ ପୀଡ଼ିତ ଥିଲେ। ଚାରି ଜଣ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଦ ଲାଷ୍ଟ ରିସୋର୍ଟର କୋ-ପ୍ରେସିଡେଣ୍ଟ ଫ୍ଲୋରିଆନ୍ ୱିଲେଟ୍‌ଙ୍କ ସମେତ ଜଣେ ଡଚ୍ ସାମ୍ବାଦିକ ଓ ଦୁଇ ଜଣ ସୁଇସ୍ ଲୋକ ଅଛନ୍ତି। ମହିଳା ଜଣକ ଆତ୍ମହତ୍ୟା କରିବା ସମୟରେ ୱିଲେଟ୍ ହିଁ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର କହିଛନ୍ତି। ୱିଲେଟ୍ ଏହି ମୃତ୍ୟୁକୁ ଶାନ୍ତିପୂର୍ଣ୍ଣ, ଦ୍ରୁତ ଓ ସମ୍ମାନଜନକ ବୋଲି ବର୍ଣ୍ଣନା କରିଛନ୍ତି। ଲାଷ୍ଟ ରିସୋର୍ଟ ମୁଖପାତ୍ର କହିଛନ୍ତି ଯେ ମହିଳା ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ମାନସିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସୁଇସାଇଡ୍‌ ପଡ୍‌ ଭିତରେ ଶୋଇ ଏକ ସ୍ବିଚ୍ ଚିପିଲେ ନାଇଟ୍ରୋଜେନ ଗ୍ୟାସ୍ ବାହାରି ମୃତ୍ୟୁର କାରଣ ହୋଇଥାଏ, କାରଣ ଏହା ଅମ୍ଳଜାନର ମାତ୍ରାକୁ ମାରାତ୍ମକ ସ୍ତରକୁ ହ୍ରାସ କରିଥାଏ। ଏହା ହେଉଛି ୧୯୯୦ ଦଶକରୁ ଆତ୍ମହତ୍ୟା ପାଇଁ ପ୍ରସିଦ୍ଧ ଅଷ୍ଟ୍ରେଲିଆର ଡାକ୍ତର ଫିଲିପ୍ ନିଟସେଙ୍କ ମସ୍ତିଷ୍କର ଉତ୍ପତ୍ତି। ସ୍ୱିଜରଲ୍ୟାଣ୍ଡ ଆତ୍ମହତ୍ୟାକୁ ଆଇନସମ୍ମତ କରିଥିବାରୁ ସେଠାରେ ଏହି ଯନ୍ତ୍ରର ବ୍ୟବହାର କରାଯାଇଥିଲା।

Tags: