ସ୍ୱାମୀଙ୍କୁ ଗଳାଚିପି ମାରି ନାଳରେ ଫିଙ୍ଗିଲା ହରିୟାଣା ୟୁଟ୍ୟୁବର୍‌

ଭିୱାନି: ହରିୟାଣାର ଭିଓ୍ଵାନିରେ ଜଣେ ମହିଳା ନିଜ ପ୍ରେମିକ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ଏକ ନାଳରେ ଫିଙ୍ଗି ଦେଇଛି। ଏହି ଘଟଣା ମାର୍ଚ୍ଚରେ ଘଟିଥିଲା । ଅଭିଯୁକ୍ତ ମହିଳା ହେଉଛନ୍ତି ଜଣେ ୟୁଟୁବର ଏବଂ ତାଙ୍କ ନାଁ ରବିନା । ମୃତ ବ୍ୟକ୍ତିଙ୍କ ନାମ ପ୍ରବୀଣ ବୋଲି ଜଣାପଡ଼ିଛି। ରବିନା ଓ ପ୍ରବୀଣ ୨୦୧୭ ମସିହାରୁ ବିବାହ କରିଥିଲେ ଏବଂ ତାଙ୍କର ୬ ବର୍ଷର ଏକ ପୁଅ ଅଛି। ରବିନା ପ୍ରାୟ ଦୁଇ ବର୍ଷ […]

ସ୍ୱାମୀଙ୍କୁ ଗଳାଚିପି ମାରି ନାଳରେ ଫିଙ୍ଗିଲା ହରିୟାଣା ୟୁଟ୍ୟୁବର୍‌
Samaya Live Picture
Published On

ଭିୱାନି: ହରିୟାଣାର ଭିଓ୍ଵାନିରେ ଜଣେ ମହିଳା ନିଜ ପ୍ରେମିକ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ଏକ ନାଳରେ ଫିଙ୍ଗି ଦେଇଛି। ଏହି ଘଟଣା ମାର୍ଚ୍ଚରେ ଘଟିଥିଲା । ଅଭିଯୁକ୍ତ ମହିଳା ହେଉଛନ୍ତି ଜଣେ ୟୁଟୁବର ଏବଂ ତାଙ୍କ ନାଁ ରବିନା । ମୃତ ବ୍ୟକ୍ତିଙ୍କ ନାମ ପ୍ରବୀଣ ବୋଲି ଜଣାପଡ଼ିଛି। ରବିନା ଓ ପ୍ରବୀଣ ୨୦୧୭ ମସିହାରୁ ବିବାହ କରିଥିଲେ ଏବଂ ତାଙ୍କର ୬ ବର୍ଷର ଏକ ପୁଅ ଅଛି। ରବିନା ପ୍ରାୟ ଦୁଇ ବର୍ଷ ତଳେ ସୁରେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ବନ୍ଧୁତା କରିଥିଲେ, ଯିଏ କି ତାଙ୍କ ୟୁଟ୍ୟୁବ୍ ଆକାଉଣ୍ଟ ପାଇଁ ଭିଡିଓ ମଧ୍ୟ ସୁଟିଂ କରୁଥିଲେ। ରବିନାଙ୍କ ସ୍ୱାମୀଙ୍କ ଆପତ୍ତି ସତ୍ତ୍ୱେ ଦୁହେଁ ଏକାଠି ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ। ମାର୍ଚ୍ଚ ୨୫ ତାରିଖ ସନ୍ଧ୍ୟାରେ ପ୍ରବୀଣ ଘରକୁ ଫେରିବା ପରେ ତାଙ୍କ ପତ୍ନୀ ଓ ସୁରେଶଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଏହାର ବିରୋଧ କରିଥିଲେ। ଦମ୍ପତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ସେହି ରାତିରେ ରବିନା ଓ ସୁରେଶ ତାଙ୍କୁ ରବିନାଙ୍କ ଦୁପଟାରେ ଗଳା ଚିପି ହତ୍ୟା କରି ମୃତଦେହକୁ ଏକ ନାଳରେ ପକାଇ ଦେଇଥିଲେ। ପରିବାର ଲୋକେ ପ୍ରବୀଣଙ୍କ ସମ୍ପର୍କରେ ପଚାରିବାରୁ ରବିନା କିଛି ଜାଣି ନ ଥିବାର ବାହାନା କରିଥିଲେ। ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିବାର ତିନି ଦିନ ପରେ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ରବିନା ଓ ସୁରେଶ ଏକ ବାଇକରେ ପ୍ରବୀଣଙ୍କ ମୃତଦେହ ନେଇ ନାଳରେ ପକାଇବାକୁ ଯାଉଥିବା ଦେଖିବାକୁ ମିଳିଛି। ପୁଲିସ ରବିନାକୁ ଗିରଫ କରିଥିବା ବେଳେ ସୁରେଶ ଏବେ ଫେରାର ଅଛି।

Tags: