ସ୍ବିଡେନ୍‌ ସ୍କୁଲରେ ଗୁଳିମାଡ଼ ହୋଇ ୧୦ ଜଣଙ୍କ ମୃତ୍ୟୁ

ଷ୍ଟକ୍‌ହୋମ୍‌ : ସ୍ବିଡେନର ଏକ ବିଦ୍ୟାଳୟ ବା ଆଡଲ୍ଟ ଏଜୁକେସନ ସେଣ୍ଟରରେ ବଡ଼ଧରଣର ଗୁଳିକାଣ୍ଡ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗୁଳିଚାଳନା କରିଥିବା ବ୍ୟକ୍ତି ସାମିଲ ଅଛି। କ୍ୟାମ୍ପସ ରିସ୍କବର୍ଗସ୍କା ନାମକ ଏହି ବିଦ୍ୟାଳୟରେ ୨୦ ବର୍ଷରୁ ଅଧିକ ବୟସ ଛାତ୍ର ପଢ଼ନ୍ତି ବୋଲି ଜଣାଯାଇଛି। ଗୁଳିଚାଳନା ସ୍ଥଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ଯେ ତଦନ୍ତକାରୀ ଅଧିକାରୀମାନେ ମୃତକ ଓ କ୍ଷୟକ୍ଷତି ସଂପର୍କରେ ନିର୍ଦ୍ଦିଷ୍ଟଭାବେ ସୂଚନା ଦେବାକୁ ସମର୍ଥ ହୋଇନାହାନ୍ତି। ସ୍ଥାନୀୟ […]

ସ୍ବିଡେନ୍‌ ସ୍କୁଲରେ ଗୁଳିମାଡ଼ ହୋଇ ୧୦ ଜଣଙ୍କ ମୃତ୍ୟୁ
Samaya Live Picture
Published On

ଷ୍ଟକ୍‌ହୋମ୍‌ : ସ୍ବିଡେନର ଏକ ବିଦ୍ୟାଳୟ ବା ଆଡଲ୍ଟ ଏଜୁକେସନ ସେଣ୍ଟରରେ ବଡ଼ଧରଣର ଗୁଳିକାଣ୍ଡ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗୁଳିଚାଳନା କରିଥିବା ବ୍ୟକ୍ତି ସାମିଲ ଅଛି। କ୍ୟାମ୍ପସ ରିସ୍କବର୍ଗସ୍କା ନାମକ ଏହି ବିଦ୍ୟାଳୟରେ ୨୦ ବର୍ଷରୁ ଅଧିକ ବୟସ ଛାତ୍ର ପଢ଼ନ୍ତି ବୋଲି ଜଣାଯାଇଛି। ଗୁଳିଚାଳନା ସ୍ଥଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ଯେ ତଦନ୍ତକାରୀ ଅଧିକାରୀମାନେ ମୃତକ ଓ କ୍ଷୟକ୍ଷତି ସଂପର୍କରେ ନିର୍ଦ୍ଦିଷ୍ଟଭାବେ ସୂଚନା ଦେବାକୁ ସମର୍ଥ ହୋଇନାହାନ୍ତି। ସ୍ଥାନୀୟ ପୁଲିସ ମୁଖ୍ୟ ରବର୍ଟୋ ଇଦ୍‌ ଫରେଷ୍ଟ୍‌ ଏହି ସୂଚନା ଦେଇଛନ୍ତି। ଓବ୍ରିଓ ସହରର ଉପକଣ୍ଠରେ ଏହି ଗୁଳିକାଣ୍ଡ ହୋଇଛି। ଷ୍ଟକହୋମ୍‌ର ପଶ୍ଚିମରେ ପ୍ରାୟ ୨୦୦ କିମି ଦୂରରେ ଏହା ଅବସ୍ଥିତ। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବ‌ୋଲି ପୁଲିସ କହିଛି। ଏହା ଆତଙ୍କବାଦୀ ଆକ୍ରମଣ କି ନା’ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

Tags: