ସ୍ବାସ୍ଥ୍ୟ ମନ୍ତ୍ରୀ ହେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ମେଣ୍ଟ ସରକାରରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ବିଭାଗ ମିଳିଛି। ନଡ୍ଡା ମଧ୍ୟ ମୋଦୀଙ୍କ ପ୍ରଥମ ପାଳିରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦାୟିତ୍ବରେ ଥିଲେ। ଏବେ ସେ ପୁଣିଥରେ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଫେରିଛନ୍ତି। ଚଳିତ ମାସ ଶେଷରେ ୬୩ ବର୍ଷୀୟ ନଡ୍ଡାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ ବିଜେପିକୁ ଆଉ ଜଣେ ନୂଆ ମୁଖିଆ ମିଳିବେ। ବିଜେପି ନେତୃତ୍ବାଧୀନ ସରକାରରେ ନଡ୍ଡା ଏକମାତ୍ର ନେତାଭାବେ ହିମାଚଳରୁ ପ୍ରତିନିଧିତ୍ବ […]

Samaya Live Picture
Published On

ନୂଆଦିଲ୍ଲୀ: ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ମେଣ୍ଟ ସରକାରରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ବିଭାଗ ମିଳିଛି। ନଡ୍ଡା ମଧ୍ୟ ମୋଦୀଙ୍କ ପ୍ରଥମ ପାଳିରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦାୟିତ୍ବରେ ଥିଲେ। ଏବେ ସେ ପୁଣିଥରେ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଫେରିଛନ୍ତି। ଚଳିତ ମାସ ଶେଷରେ ୬୩ ବର୍ଷୀୟ ନଡ୍ଡାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ ବିଜେପିକୁ ଆଉ ଜଣେ ନୂଆ ମୁଖିଆ ମିଳିବେ। ବିଜେପି ନେତୃତ୍ବାଧୀନ ସରକାରରେ ନଡ୍ଡା ଏକମାତ୍ର ନେତାଭାବେ ହିମାଚଳରୁ ପ୍ରତିନିଧିତ୍ବ କରୁଛନ୍ତି। ହିମାଚଳର ହମିରପୁରରୁ ଜିତିଥିବା ବିଦାୟୀ ମନ୍ତ୍ରୀ ଅନୁରାଗ ଠାକୁର ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି। ଲ’ରେ ଡିଗ୍ରି କରିଥିବା ନଡ୍ଡା ଆରଏସଏସ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ)ର ଛାତ୍ରଶାଖା ଏବିଭିପି (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ)ରୁ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେ ୧୯୯୧ରେ ବିଜେୱାଇଏମ୍ ( ଭାରତୀୟ ଜନତା ଯୁବ ମୋର୍ଚ୍ଚା)ର ସଭାପତି ହୋଇଥିଲେ। ୨୦୧୨ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

Tags: