ସ୍ବାସ୍ଥ୍ୟ ମନ୍ତ୍ରୀ ନିଜ ଝିଅ ପାଇଁ ନିଟ୍‌ ପିଜ୍‌ କଟ୍‌ ଅଫ୍‌ ମାର୍କ ହ୍ରାସ ଅଭିଯୋଗ ଖଣ୍ଡନ କଲେ

ନୂଆଦିଲ୍ଲୀ: ୨୦୨୩ ନିଟ୍ ପିଜି ପରୀକ୍ଷାରେ ଧାର୍ଯ୍ୟ ହୋଇଥିବା କଟଅଫ୍‌ ମାର୍କ ନିଜ ଝିଅର ସୁବିଧା ପାଇଁ ‌ହ୍ରାସ କରିଥିବା ଅଭିଯୋଗକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଖଣ୍ଡନ କରିଛନ୍ତି। ଯୋଗ୍ୟତା ପର୍ସେଲଣ୍ଟାଇଲକୁ ଶୂନକୁ ହ୍ରାସ କରାଯାଇଥିବା ଅଭିଯୋଗ ହୋଇଛି। କିନ୍ତୁ କେନ୍ଦ୍ରମନ୍ତ୍ରୀ ମାଣ୍ଡଭୀୟ କହିଛନ୍ତି, ନିଟ୍ ପାଇଁ ତାଙ୍କ ଝିଅ ପଞ୍ଜିକରଣ ମଧ୍ୟ କରିନାହିଁ। ତେଣୁ ଝିଅ ପାଇଁ ନମ୍ବର କୋହଳ କରାଯିବା କଥାକୁ ସେ ଖଣ୍ଡନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମାଣ୍ଡଭୀୟ ନିଜ ଝିଅ […]

Samaya Live Picture
Published On

ନୂଆଦିଲ୍ଲୀ: ୨୦୨୩ ନିଟ୍ ପିଜି ପରୀକ୍ଷାରେ ଧାର୍ଯ୍ୟ ହୋଇଥିବା କଟଅଫ୍‌ ମାର୍କ ନିଜ ଝିଅର ସୁବିଧା ପାଇଁ ‌ହ୍ରାସ କରିଥିବା ଅଭିଯୋଗକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଖଣ୍ଡନ କରିଛନ୍ତି। ଯୋଗ୍ୟତା ପର୍ସେଲଣ୍ଟାଇଲକୁ ଶୂନକୁ ହ୍ରାସ କରାଯାଇଥିବା ଅଭିଯୋଗ ହୋଇଛି। କିନ୍ତୁ କେନ୍ଦ୍ରମନ୍ତ୍ରୀ ମାଣ୍ଡଭୀୟ କହିଛନ୍ତି, ନିଟ୍ ପାଇଁ ତାଙ୍କ ଝିଅ ପଞ୍ଜିକରଣ ମଧ୍ୟ କରିନାହିଁ। ତେଣୁ ଝିଅ ପାଇଁ ନମ୍ବର କୋହଳ କରାଯିବା କଥାକୁ ସେ ଖଣ୍ଡନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମାଣ୍ଡଭୀୟ ନିଜ ଝିଅ ଦିଶା ମାଣ୍ଡଭିୟଙ୍କ ପାଇଁ ନିଟ୍‌ ପିଜି ପରୀକ୍ଷାରେ କଟଅଫ୍‌ ମାର୍କ ହ୍ରାସ କରିଥିବା ଅଭିଯୋଗ ‌ହୋଇଛି। ଏନେଇ ଇଣ୍ଟରନେଟ୍‌ ବ୍ୟବହାରକାରୀ ମାଣ୍ଡଭିୟଙ୍କୁ କଟାକ୍ଷ କରିଛନ୍ତି। କିନ୍ତୁ ମାଣ୍ଡଭୀୟ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Tags: