ସ୍ବାମୀଙ୍କ ଦ୍ବାରା ହତ୍ୟାର ଶିକାର ହେଲେ ସୁପ୍ରିମକୋର୍ଟର ମହିଳା ଓକିଲ
ନୂଆଦିଲ୍ଲୀ : ଜଣେ ପୂର୍ବତନ ରାଜସ୍ବ ଅଫିସର ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ୬୨ ବର୍ଷୀୟ ଅଫିସର ଜଣଙ୍କ ତାଙ୍କ ଓକିଲ ପତ୍ନୀଙ୍କୁ ଉତ୍ତରପ୍ରଦେଶର ନଏଡ଼ା ସ୍ଥିତ ତାଙ୍କ ବାସଭବନରେ ହତ୍ୟା କରିଛନ୍ତି। ତାଙ୍କ ପତ୍ନୀ ହେଉଛନ୍ତି ସୁପ୍ରିମକାର୍ଟର ଜଣେ ଓକିଲ। ତାଙ୍କ ନାଁ ରେଣୁ ସିହ୍ନା। ଅନ୍ୟପକ୍ଷେ ଅଭିଯୁକ୍ତ ନାଁ ଅଜୟ ନାଥ। ରେଣୁଙ୍କ ଭାଇ ତାଙ୍କୁ ଲଗାତାର ୨ ଦିନ ପର୍ଯ୍ୟନ୍ତ ଫୋନ୍ କରିଲେ। କିନ୍ତୁ ସେ ଫୋନ୍ ନଉଠାଇବାରୁ ତାଙ୍କର […]
ନୂଆଦିଲ୍ଲୀ : ଜଣେ ପୂର୍ବତନ ରାଜସ୍ବ ଅଫିସର ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ୬୨ ବର୍ଷୀୟ ଅଫିସର ଜଣଙ୍କ ତାଙ୍କ ଓକିଲ ପତ୍ନୀଙ୍କୁ ଉତ୍ତରପ୍ରଦେଶର ନଏଡ଼ା ସ୍ଥିତ ତାଙ୍କ ବାସଭବନରେ ହତ୍ୟା କରିଛନ୍ତି। ତାଙ୍କ ପତ୍ନୀ ହେଉଛନ୍ତି ସୁପ୍ରିମକାର୍ଟର ଜଣେ ଓକିଲ। ତାଙ୍କ ନାଁ ରେଣୁ ସିହ୍ନା। ଅନ୍ୟପକ୍ଷେ ଅଭିଯୁକ୍ତ ନାଁ ଅଜୟ ନାଥ। ରେଣୁଙ୍କ ଭାଇ ତାଙ୍କୁ ଲଗାତାର ୨ ଦିନ ପର୍ଯ୍ୟନ୍ତ ଫୋନ୍ କରିଲେ। କିନ୍ତୁ ସେ ଫୋନ୍ ନଉଠାଇବାରୁ ତାଙ୍କର ସନ୍ଦେହ ହୋଇଥିଲା। ସେ ପୁଲିସରେ ଖବର ଦେଇଥିଲେ। ପୁଲିସ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଘରର କବାଟ ଭାଙ୍ଗି ଭିତରକୁ ପଶିବାପରେ ପ୍ରଥମେ ରେଣୁଙ୍କ ମୃତଦେହ ବାଥରୁମ୍ରୁ ପାଇଥିଲା। ପୁଲିସ ଅଭିଯୁକ୍ତ ଅଜୟ ନାଥଙ୍କୁ ପାଇନଥିଲା। ଏହାପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଶେଷରେ ବଙ୍ଗଳାର ଷ୍ଟୋରରୁମ୍ରୁ ପୁଲିସ ଅଭିଯୁକ୍ତ ଅଜୟଙ୍କୁ ପାଇଥିଲା। ପୁଲିସ ଅଜୟଙ୍କୁ ଗିରଫ କରି ଜେରା କରିଥିଲା। ଜେରା ସମୟରେ ଅଜୟ ସ୍ବୀକାର କରିଛନ୍ତି ଯେ ସେ ପତ୍ନୀ ରେଣୁଙ୍କୁ ହତ୍ୟା କରିଛନ୍ତି। ଅଜୟ କହିଛନ୍ତି, ସେ ତାଙ୍କ ବଙ୍ଗଳାକୁ ୪ କୋଟି ଟଙ୍କାରେ ବିକି ଦେବାପାଇଁ ଯୋଜନା କରିଥିଲେ। କିନ୍ତୁ ତାଙ୍କ ପତ୍ନୀ ଏଥିରେ ବାଧା ଦେଇଥିଲେ। ରେଣୁଙ୍କୁ କ୍ୟାନସର ହୋଇଥିଲା। ନିକଟରେ ସେ କର୍କଟରୋଗରୁ ମୁକ୍ତ ବୋଲି ଜଣାପଡ଼ିଥିଲା।




