ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ଗଠନକୁ ଭାରତ ସମର୍ଥନ କରୁଛି

ନୂଆଦିଲ୍ଲୀ: ଭାରତ ଏକ ସ୍ବାଧୀନ ଏବଂ ସାର୍ବଭୌମ ପାଲେଷ୍ଟାଇନ ରାଷ୍ଟ୍ର ଗଠନକୁ ସମର୍ଥନ କରୁଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି,ଭାରତର ନୀତି ଦୀର୍ଘକାଳୀନ ଏବଂ ସ୍ଥିର। ଭାରତ ସର୍ବଦା ଏକ ସାର୍ବଭୌମ ଏବଂ ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ଦିଗରେ ଏବଂ ଇସ୍ରାଏଲ ସହ ଶାନ୍ତିରେ ରହିବା ନେଇ ସିଧାସଳଖ ବୁଝାମଣା ଆରମ୍ଭ କରିବାକୁ ପ୍ରୋତ୍ସାହିତ କରି ଆସିଛି। ଏବେ ବି ଭାରତର ଏହି ସ୍ଥିତି ସମାନ ରହିଛି ବୋଲି ବାଗ୍‌ଚି କହିଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତ ଏକ ସ୍ବାଧୀନ ଏବଂ ସାର୍ବଭୌମ ପାଲେଷ୍ଟାଇନ ରାଷ୍ଟ୍ର ଗଠନକୁ ସମର୍ଥନ କରୁଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି,ଭାରତର ନୀତି ଦୀର୍ଘକାଳୀନ ଏବଂ ସ୍ଥିର। ଭାରତ ସର୍ବଦା ଏକ ସାର୍ବଭୌମ ଏବଂ ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ଦିଗରେ ଏବଂ ଇସ୍ରାଏଲ ସହ ଶାନ୍ତିରେ ରହିବା ନେଇ ସିଧାସଳଖ ବୁଝାମଣା ଆରମ୍ଭ କରିବାକୁ ପ୍ରୋତ୍ସାହିତ କରି ଆସିଛି। ଏବେ ବି ଭାରତର ଏହି ସ୍ଥିତି ସମାନ ରହିଛି ବୋଲି ବାଗ୍‌ଚି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୭ ତାରିଖରେ ହମାସ୍‌ଦ୍ବାରା ଇସ୍ରା୍ଏଲରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ପ୍ରଥମ ଥର ପାଇଁ ପାଲେଷ୍ଟାଇନ ପ୍ରସଙ୍ଗରେ ବିବୃତି ରଖିଛି। ଇସ୍ରାଏଲ ଏବଂ ଗାଜାରେ ମାନବୀୟ ସ୍ଥିତି ସଂକ୍ରାନ୍ତରେ ବାଗ୍‌ଚି କହିଛନ୍ତି, ମାନବୀୟ ଆଇନକୁ ପାଳନ କରିବାର ଏକ ବୈଶ୍ବିକ ଦାୟିତ୍ବ ରହିଛି । ଆତଙ୍କବାଦକୁ ଏହାର ସମସ୍ତ ରୂପରେ ମୁକାବିଲା କରିବାର ଦାୟିତ୍ବ ମଧ୍ୟ ରହିଛି ବୋଲି ସେ କହିଛନ୍ତି।

Tags: