ସ୍ବାଧୀନତା ଦିବସ ପାଇଁ କେନ୍ଦ୍ରର ସ୍ବତନ୍ତ୍ର ଯୋଜନା

ନୂଆଦିଲ୍ଲୀ: ଦିଲ୍ଲୀର ଲାଲ୍‌କିଲ୍ଲାରେ ଚଳିତ ବର୍ଷର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ପାରମ୍ପରିକଭାବେ ଦେଶକୁ ସଂବୋଧିତ କରିବେ। ଶାସନରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ‘ଜନ ଭାଗୀଦାରି’ର ଅଂଶ ସ୍ବରୂପ ଏହି ଉତ୍ସବରେ ପ୍ରାୟ ୧୮୦୦ ‘ସ୍ୱତନ୍ତ୍ର ଅତିଥି’ ଯୋଗଦେବେ। ଲାଲ୍‌କିଲ୍ଲା କାର୍ଯ୍ୟକ୍ରମରେ ନିମନ୍ତ୍ରିତ ‘ସ୍ୱତନ୍ତ୍ର ଅତିଥି’ମାନଙ୍କ ମଧ୍ୟରେ ରହିବେ ପ୍ରାଣବନ୍ତ (ଭାଇବ୍ରାଣ୍ଟ) ଗ୍ରାମଗୁଡିକର ସରପଞ୍ଚ, କୃଷକ ଉତ୍ପାଦକ ସଂଗଠନ ଯୋଜନାର […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ଲାଲ୍‌କିଲ୍ଲାରେ ଚଳିତ ବର୍ଷର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ପାରମ୍ପରିକଭାବେ ଦେଶକୁ ସଂବୋଧିତ କରିବେ। ଶାସନରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ‘ଜନ ଭାଗୀଦାରି’ର ଅଂଶ ସ୍ବରୂପ ଏହି ଉତ୍ସବରେ ପ୍ରାୟ ୧୮୦୦ ‘ସ୍ୱତନ୍ତ୍ର ଅତିଥି’ ଯୋଗଦେବେ। ଲାଲ୍‌କିଲ୍ଲା କାର୍ଯ୍ୟକ୍ରମରେ ନିମନ୍ତ୍ରିତ ‘ସ୍ୱତନ୍ତ୍ର ଅତିଥି’ମାନଙ୍କ ମଧ୍ୟରେ ରହିବେ ପ୍ରାଣବନ୍ତ (ଭାଇବ୍ରାଣ୍ଟ) ଗ୍ରାମଗୁଡିକର ସରପଞ୍ଚ, କୃଷକ ଉତ୍ପାଦକ ସଂଗଠନ ଯୋଜନାର ପ୍ରତିନିଧି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ହିତାଧିକାରୀ, ଭିଷ୍ଟା ପ୍ରକଳ୍ପର ଶ୍ରମ ଯୋଗୀ (ନିର୍ମାଣ ଶ୍ରମିକ), ଖଦୀ ଶ୍ରମିକ, ସୀମାନ୍ତ ରାସ୍ତା ନିର୍ମାଣ ଶ୍ରମିକ, ଅମୃତ ସରୋବର ଓ ହର ଘର ଜଳ ଯୋଜନାର ଶ୍ରମିକ ତଥା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ନର୍ସ ଏବଂ ମତ୍ସ୍ୟଜୀବୀ।
ଜାତୀୟ ରାଜଧାନୀର ୧୨ଟି ସ୍ଥାନରେ ବିଭିନ୍ନ ଯୋଜନା ଏବଂ ସରକାରଙ୍କ ପଦକ୍ଷେପ ପାଇଁ ଉତ୍ସର୍ଗୀକୃତ ସେଲଫି ପଏଣ୍ଟଗୁଡିକ ସ୍ଥାପନ କରାଯାଇଛି। ଉତ୍ସବର ଏକ ଅଂଶ ଭାବରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଅଗଷ୍ଟ ୧୫ରୁ ୨୦ ପର୍ଯ୍ୟନ୍ତ ମାଇଗଭ୍ ପୋର୍ଟାଲରେ ଏକ ଅନଲାଇନ୍ ସେଲ୍‌ଫି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଲୋକମାନେ ୧୨ଟି ସେଲ୍‌ଫି ପଏଣ୍ଟ ମଧ୍ୟରୁ ଗୋଟିକରେ କିମ୍ବା ଏକାଧିକରେ ସେଲ୍‌ଫି ନେଇ ତାହାକୁ ମାଇଗଭ୍ ପ୍ଲାଟଫର୍ମରେ ଅପଲୋଡ୍ କରିବାକୁ ଉତ୍ସାହିତ କରାଯାଇଛି। ଅନ୍‌ଲାଇନ୍ ସେଲ୍‌ଫି ପ୍ରତିଯୋଗିତା ଆଧାରରେ ପ୍ରତ୍ୟେକ ସେଲ୍‌ଫି ପଏଣ୍ଟରୁ ଜଣେ ହିସାବରେ ମୋଟ ବାରଜଣ ବିଜେତାଙ୍କୁ ଚୟନ କରାଯିବ। ବିଜେତାମାନଙ୍କୁ ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

Tags: