ସ୍ବାତୀ ମଲିୱାଲଙ୍କୁ ଆକ୍ରମଣ ମାମଲା ,୫ ଦିନିଆ ପୁଲିସ ରିମାଣ୍ଡରେ ଗଲେ ବିଭବ କୁମାର

ନୂଆଦିଲ୍ଲ: ଆପ୍ ସାଂସଦ ସ୍ବାତୀ ମଲିୱାଲଙ୍କୁ ଆକ୍ରମଣ ମାମଲାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାରଙ୍କୁ ଦିଲ୍ଳୀ ପୁଲିସ ୫ ଦିନିଆ ରିମାଣ୍ଡରେ ନେଇଛି। ଦିଲ୍ଲୀ କୋର୍ଟରେ ଗତକାଲି ରାତି ଅଧିଆ ଶୁଣାଣିରେ ଦିଲ୍ଲୀ ପୁଲିସ ନିଜର ପକ୍ଷ ଉପସ୍ଥାପନ କରି କହିଥିଲା ଯେ ଜଣେ ସାଂସଦଙ୍କୁ ଏଭଳି ନିର୍ମମ ଆକ୍ରମଣ ଅତି ସାଂଘାତିକ କଥା । ଉତ୍ତର ଦିଲ୍ଲୀର ଅତିରିକ୍ତ ଡେପୁଟି କମିସନରଙ୍କ ଦ୍ବାରା ସ୍ବାକ୍ଷରିତ ରିମାଣ୍ଡ ଦରଖାସ୍ତରେ ଏହା […]

Samaya Live Picture
Published On

ନୂଆଦିଲ୍ଲ: ଆପ୍ ସାଂସଦ ସ୍ବାତୀ ମଲିୱାଲଙ୍କୁ ଆକ୍ରମଣ ମାମଲାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାରଙ୍କୁ ଦିଲ୍ଳୀ ପୁଲିସ ୫ ଦିନିଆ ରିମାଣ୍ଡରେ ନେଇଛି। ଦିଲ୍ଲୀ କୋର୍ଟରେ ଗତକାଲି ରାତି ଅଧିଆ ଶୁଣାଣିରେ ଦିଲ୍ଲୀ ପୁଲିସ ନିଜର ପକ୍ଷ ଉପସ୍ଥାପନ କରି କହିଥିଲା ଯେ ଜଣେ ସାଂସଦଙ୍କୁ ଏଭଳି ନିର୍ମମ ଆକ୍ରମଣ ଅତି ସାଂଘାତିକ କଥା । ଉତ୍ତର ଦିଲ୍ଲୀର ଅତିରିକ୍ତ ଡେପୁଟି କମିସନରଙ୍କ ଦ୍ବାରା ସ୍ବାକ୍ଷରିତ ରିମାଣ୍ଡ ଦରଖାସ୍ତରେ ଏହା ମଧ୍ୟ ଦର୍ଶାଯାଇଛି ଅଭିଯୁକ୍ତ ତଦନ୍ତରେ ସହଯୋଗ କରୁନାହାନ୍ତି ଏବଂ ପ୍ରଶ୍ନର ସଠିକ୍ ଉତ୍ତର ଦେଉନାହାନ୍ତି। ପୁଲିସ କହିଥିଲା ନିର୍ମମ ଆକ୍ରମଣ ପଛର ଉଦ୍ଦେଶ୍ୟ କ’ଣ ଜାଣିବାପାଇଁ ବିଭବ କୁମାରଙ୍କୁ ହାଜତରେ ପଚରାଉଚୁରା କରିବାର ଆବଶ୍ୟକତା ରହିଛି। ପୁଲିସ କହିଛି କୁମାରଙ୍କୁ ତାଙ୍କ ଫୋନର ପାସୱାର୍ଡ ମଗାଯାଇଥିଲେ ବି ସେ ଦେଇନାହାନ୍ତି। ଅଫିସର ଜଣଙ୍କ ସବୁ ପ୍ରମାଣ ନଷ୍ଟ କରିଦେଇଛନ୍ତି ବୋଲି ପୁଲିସ ଅଭିଯୋଗ କରିଛି। ସେ ମୁମ୍ବାଇରେ ତାଙ୍କ ସେଲଫୋନ୍ ଫର୍ମାଟିଂ କରାଇଛନ୍ତି। ଅନ୍ୟପକ୍ଷେ ବିଭବ କୁମାର କହିଛନ୍ତି, ତାଙ୍କ ଫୋନ୍ ହ୍ୟାଙ୍ଗ୍ ହେବା।ରୁ ସେ ଏହାକୁ ଫର୍ମାଟିଂ କରାଇଥିଲେ। ପୁଲିସ କହିଛି ବିଭବ କୁମାର ଦୀର୍ଘ ୯ ବର୍ଷ ଧରି ଉଚ୍ଚ ପଦରେ ଥିବାରୁ ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ଏବଂ ସାକ୍ଷୀଙ୍କୁ ଧମକ ଦେଇପାରନ୍ତି । ସେ ପ୍ରମାଣରେ ମଧ୍ୟ ହେରଫେର କରିପାରନ୍ତି ।

Tags: